କିଭ:ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ସାମ୍ବାଦିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି (ରବିବାର) ୟୁକ୍ରେନ ରାଜଧାନୀ କିଭର ଉତ୍ତର- ପଶ୍ଚିମରେ ଥିବା ଇରପିନ ସହରରେ ଏହି ଅଘଟଣା ଘଟିଥିବା ଏକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଯୁଦ୍ଧ ଜାରି ରହିଥିବାବେଳେ ଖବର ସଂଗ୍ରହ କରିବା ପାଇଁ ଏହି ଆମେରିକୀୟ ସାମ୍ବାଦିକ ସେଠାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି ।
ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ, ଅନ୍ୟ ଜଣେ ଗୁରୁତର
ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା । ଅଧିକ ପଢନ୍ତୁ
ୟୁକ୍ରେନରେ ଗୁଳିମାଡରେ ଜଣେ ଆମେରିକୀୟ ସାମ୍ବାଦିକ ମୃତ, ଅନ୍ୟ ଜଣେ ଗୁରୁତର
ୟୁକ୍ରେନର ଜଣେ ସେନାଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁଳିକାଣ୍ଡ ପରେ ଜଣେ ଆମେରିକୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି । ମୃତ ସାମ୍ବାଦିକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ