ଓଡିଶା

odisha

ETV Bharat / bharat

ସମ୍ପତ୍ତି ପାଇଁ ମା’ଙ୍କୁ ମରିବାକୁ ଛାଡିଦେଇଥିଲେ ସିଦ୍ଧୁ, ସଙ୍ଗୀନ ଅଭିଯୋଗ ଆଣିଲେ ଭଉଣୀ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁ ବିରୋଧରେ ସାଂଘାତିକ ଅଭିଯୋଗ କଲେ ଭଉଣୀ । ପଇସା ପାଇଁ ମା’ଙ୍କୁ ନିର୍ଯ୍ୟାତନା ଦେଇଛନ୍ତି ବୋଲି ସିଦ୍ଧୁଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ

America return sidhu sister allegation
ସିଦ୍ଧୁ ବିରୋଧରେ ସାଂଘାତିକ ଅଭିଯୋଗ କଲେ ଆମେରିକା ଫେରନ୍ତା ଭଉଣୀ

By

Published : Jan 28, 2022, 8:14 PM IST

ଚଣ୍ଡୀଗଡ: କ୍ରିକେଟର ତଥା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁ ବିରୋଧରେ ସାଂଘାତିକ ଅଭିଯୋଗ । ସିଦ୍ଧୁଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ଭଉଣୀ ସୁମନ ତୁର । ପଇସା ପାଇଁ ନିଜ ମା’ଙ୍କୁ ଏକାକୀ ଛାଡିଦେଇଥିଲେ ସିଦ୍ଧୁ ବୋଲି ଭଉଣୀ ଅଭିଯୋଗ କରିଛନ୍ତି।

ପଞ୍ଜାବରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର ପ୍ରସାର । ଏ ଭଳି ସ୍ଥିତିରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା । ଶୁକ୍ରବାର ଆମେରିକାରୁ ଫେରିଥିବା ନବଜ୍ୟୋତ ସିଂ ଙ୍କ ଭଉଣୀ ସୁମନ ତୁର ଚଣ୍ଡୀଗଡରେ ସାମ୍ବାଦିକ ସମ୍ମିଳନୀରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମା’ଙ୍କ ମୃତ୍ୟୁ ପାଇଁ ସିଧାସଳଖ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି ଭଉଣୀ । ପଇସା ପାଇଁ ସିଦ୍ଧୁ ମା’ଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି ବୋଲି ଭଉଣୀ ଅଭିଯୋଗ କରିଛନ୍ତି । ୧୯୮୬ ରେ ପିତାଙ୍କ ଦେହାନ୍ତ ପରେ ମା’ଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି ସିଦ୍ଧୁ । ପଇସା ପାଇଁ ସେ ନିର୍ଯ୍ୟାତନା ଦେଇଛନ୍ତି ବୋଲି କହିଛନ୍ତି। ଏହା ପରେ ୧୯୮୯ରେ ଜଣେ ଗରିବ ମହିଳା ଭାବେ ଦିଲ୍ଲୀ ରେଳ ଷ୍ଟେସନ ନିକଟରେ ତାଙ୍କ ମୃତ୍ୟୁ ଘଟିଛି। ସିଦ୍ଧୁଙ୍କ ଯୋଗୁଁ ଏ ଭଳି ଘଟିଛି ବୋଲି ଭଉଣୀ ଅଭିଯୋଗ କରିଛନ୍ତି ।

ତେବେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷଙ୍କ ସିଦ୍ଧୁଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିରୋଧୀ ଜରୋଦାର ଟାର୍ଗେଟ କରିଛନ୍ତି। ଆସନ୍ତା ଫେବୃୟାରୀ ୨୦ ତାରିଖରେ ପଞ୍ଜାବରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ରାଜ୍ୟର ୧୧୭ ଆସନ ବିଶିଷ୍ଟ ବିଧାନସଭା ଆସନରେ ଉଭୟ କଂଗ୍ରେସ, ବିଜେପି, ଅକାଳୀ ଦଳ ମଧ୍ୟରେ ଜୋରଦାର ଲଢେଇ ଚାଲିଛି।

@ANI

ABOUT THE AUTHOR

...view details