ଓଡିଶା

odisha

ETV Bharat / bharat

ତାମିଲନାଡୁରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା, NH ଅବରୋଧ - ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା

ତାମିଲନାଡୁର ସେଲମରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ପରେ ଉତ୍ତେଜନା । ଜାତୀୟ ରାଜପଥ ଅବରୋଧ କଲେ ଦଳିତ ସଂଗଠନ । ଘଟଣାସ୍ଥଳରେ ପୋଲିସ ମୁତୟନ । ଅଧିକ ପଢନ୍ତୁ

ତାମିଲନାଡୁରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ
ତାମିଲନାଡୁରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧତାମିଲନାଡୁରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

By

Published : Dec 12, 2021, 7:46 PM IST

ଚେନ୍ନାଇ: ତାମିଲନାଡୁର ସେଲମ ଜିଲ୍ଲାରେ ସମ୍ବିଧାନ ପ୍ରଣେତା ଡ.ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କେହି ଦୁବୃର୍ତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଭିନ୍ନ ଦଳିତ ସଂଗଠନର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସେଲମ-ବେଙ୍ଗାଲୁରୁ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏପରି କରିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ପ୍ରତିମୂର୍ତ୍ତିର ମୁଣ୍ଡ ଓ ହାତ ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଅଞ୍ଚଳରେ ଘଟଣା ପ୍ରଘଟ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦଳିତ ସଂଗଠନମାନେ ରାସ୍ତା ଅବରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଦୁର୍ବୃତ୍ତଙ୍କୁ ଗିରଫ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବା ସୂଚନା ରହିଛି । ଏବେ ମଧ୍ୟ ଘଟଣାସ୍ଥଳରେ ସୁରକ୍ଷା ବଳ ମୁତୟନ ହୋଇଛନ୍ତି । ତେବେ ଗତ କିଛି ଦିନ ହେବ ସ୍ଥାନୀୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହି ବିବାଦ ପାଇଁ ଏପରି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

@IANS

ABOUT THE AUTHOR

...view details