ଓଡିଶା

odisha

By

Published : Sep 19, 2021, 6:46 PM IST

ETV Bharat / bharat

ଆମାଜନରେ ଆଉ ୩ ଭାଷା; ପଞ୍ଜୀକରଣ କରିପାରିବେ ମାଲାୟାଲମ୍, ତେଲୁଗୁ ଓ ବଙ୍ଗଳା ବିକ୍ରେତା

ଆମାଜନରେ ସାମିଲ ହେଲା ଆଉ ୩ ଭାଷା । ଏଣିକି ମାଲାୟାଲମ୍, ତେଲୁଗୁ ଏବଂ ବଙ୍ଗଳାରେ ନିଜ ବ୍ୟବସାୟ ପଞ୍ଜୀକରଣ କରିପାରିବେ ବିକ୍ରେତା । ଅଧିକ ପଢନ୍ତୁ...

ଆମାଜନରେ ଆଉ ୩ ଭାଷା ସାମିଲ, ଲାୟାଲମ୍, ତେଲୁଗୁ ଏବଂ ବଙ୍ଗଳାରେ ବିକ୍ରେତା କରିପାରିବେ ପଞ୍ଜୀକରଣ
ଆମାଜନରେ ଆଉ ୩ ଭାଷା ସାମିଲ, ଲାୟାଲମ୍, ତେଲୁଗୁ ଏବଂ ବଙ୍ଗଳାରେ ବିକ୍ରେତା କରିପାରିବେ ପଞ୍ଜୀକରଣ

ନୂଆଦିଲ୍ଲୀ: ଇ-କମର୍ସର ଏକ ପ୍ରମୁଖ କମ୍ପାନୀ ଆମାଜନ ନିଜ ବ୍ୟବସାୟ ସେବାରେ ଆଉ ୩ ଭାରତୀୟ ଭାଷାକୁ ସାମିଲ କରିବାକୁ ଯାଉଛି । ଫଳରେ ମାଲାୟାଲମ୍, ତେଲୁଗୁ ଏବଂ ବଙ୍ଗଳା ଭାଷାରେ ନିଜ ବ୍ୟବସାୟକୁ ପଞ୍ଜୀକରଣ କରିବାର ସୁବିଧା ପାଇପାରିବେ ବିକ୍ରେତା । ଏନେଇ ଆଜି (ରବିବାର) କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ପାର୍ବଣ ଋତୁ ଆରମ୍ଭ ହେବାର ଠିକ ପୂର୍ବରୁ ଏହି ପଦକ୍ଷେପ ଗ୍ରହଣ କରିଛି କମ୍ପାନୀ । ଫଳରେ ଆମାଜନର ନୂତନ ବିକ୍ରେତାଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଆମାଜନ.ଇନ ବଜାରରେ ବ୍ୟବସାୟ ଚଳାଇବା ପାଇଁ ସହଜ ଓ ସରଳ ହେବା ନେଇ ବିବୃତ୍ତିରେ କହିଛି ସଂସ୍ଥା ।

ବର୍ତ୍ତମାନ ଆମାଜନ.ଇନ୍ ରେ ବିକ୍ରେତାମାନଙ୍କୁ ବଙ୍ଗଳା, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମରାଠୀ, ମାଲାୟାଲମ୍, ତେଲୁଗୁ, ତାମିଲ ଏବଂ ଇଂରାଜୀ ସମେତ ୮ଟି ଭାଷାରେ ସେମାନଙ୍କର ଅନଲାଇନ୍ ବ୍ୟବସାୟ ପରିଚାଳନା କରିବାର ଉପଲବ୍ଧତା ରହିଛି ।

ଏହି ୮ ଭାଷା ବ୍ୟବହାର କରି ବିକ୍ରେତାମାନେ ପଞ୍ଜୀକୃତ ହେବା ଠାରୁ ଆରମ୍ଭ କରି ଅର୍ଡର ଓ ଇନଭେଣ୍ଟୋରୀ ପରିଚାଳନା ସମ୍ପର୍କିତ ସମସ୍ତ କାର୍ଯ୍ୟ କରିପାରିବେ ବୋଲି ଆମାଜନ କହିଛି । ବର୍ତ୍ତମାନ ଦେଶରେ ଆମାଜନର ପ୍ରାୟ ୮.୫ ଲକ୍ଷ ବିକ୍ରେତା ପଞ୍ଜୀକୃତ ରହି ନିଜର ଅନଲାଇନ ବ୍ୟବସାୟ ଜାରି ରଖିଛନ୍ତି ।

@PTI

ABOUT THE AUTHOR

...view details