ଶ୍ରୀନଗର: ଖରାପ ପାଗ ଯୋଗୁଁ ପୁଣିଥରେ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି(Amarnath Yatra temporarily stopped) । ଉଭୟ ପହଲଗାମ ଓ ବାଲତଲ ମାର୍ଗ ଦେଇ ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଏହାପୂର୍ବରୁ ବାଦଲଫଟା ବର୍ଷା ଜନିତ ଅଘଟଣ ପରେ ଦୁଇଟି ବେସ୍ କ୍ୟାମ୍ପରୁ ଅମରନାଥ ଯାତ୍ରାକୁ ବାତିଲ୍ କରାଯାଇଥିଲା ।
Amarnath Yatra: ଖରାପ ପାଗ ଯୋଗୁଁ ପୁଣି ଅମରନାଥ ଯାତ୍ରା ସ୍ଥଗିତ - ଅମରନାଥ ଯାତ୍ରା ବାତିଲ
ଖରାପ ପାଗ ଯୋଗୁଁ ପୁଣିଥରେ ସ୍ଥଗିତ ହେଲା ଅମରନାଥ ଯାତ୍ରା । ଅଧିକ ପଢନ୍ତୁ
![Amarnath Yatra: ଖରାପ ପାଗ ଯୋଗୁଁ ପୁଣି ଅମରନାଥ ଯାତ୍ରା ସ୍ଥଗିତ ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ବାତିଲ](https://etvbharatimages.akamaized.net/etvbharat/prod-images/768-512-15819316-thumbnail-3x2-amarnath.jpg)
ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇ ବଡଧରଣର ଅଘଟଣ ଘଟିଥିଲା । ବର୍ଷା ପରେ ଅଚାନକ ବନ୍ୟା ଆସିବାରୁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୪୦ ଜଣ ନିଖୋଜ ହୋଇଯାଇଥିଲେ । ଏହାପରେ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ସୋମବାର ଠାରୁ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ପୁନର୍ବାର ଖରାପ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି । ପ୍ରକାଶଥାଉ କି, ଗତ ଜୁନ ୩୦ରୁ ୪୩ ଦିନିଆ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିଥିଲା ।
43 ଦିନ ବ୍ୟାପୀ ଏହି ଯାତ୍ରାରେ ଅମରନାଥ ଗୁମ୍ଫାରେ ପ୍ରଭୁ ମହାଦେବଙ୍କର ଆର୍ବିଭାବ ହେଉଥିବା ବରଫ ସ୍ବରୂପକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ଶ୍ରଦ୍ଧାଳୁମାନେ ଯାତ୍ରା କରିଥାନ୍ତି । ଅମରନାଥ ଯାତ୍ରା ପାଇଁ ଦୁଇଟି ବେସ୍ କ୍ୟାମ୍ପରୁ ଅନୁମତି ନେବାକୁ ପଡେ ।