ଓଡିଶା

odisha

ETV Bharat / bharat

ଇଞ୍ଜିନିୟର ଚାଷୀ

ଇଞ୍ଜିନିୟର ଚାକିରୀରୁ ମିଳିଲାନି ସନ୍ତୁଷ୍ଟି । ଶେଷରେ ନିଜ ମାଟିକୁ ଫେରି ଚାଷୀ ଭାଇଙ୍କ ସହଯୋଗ ପାଇଁ ଭିଡିଛନ୍ତି ଅଣ୍ଟା । ପଲିହାଉସ ନିର୍ମାଣ କରି ଆରମ୍ଭ କଲେ ବିନା ମାଟିରେ ଚାଷ ପ୍ରକ୍ରିୟା । ଭେଟନ୍ତୁ ଝାଡଖଣ୍ଡ ହଜାରିବାଗର ଅମରନାଥ ଦାସଙ୍କୁ...ଯିଏ ଆଜିର ଯୁବପୀଢିଙ୍କୁ ବତାଉଛନ୍ତି ନୂଆ ଟେକ୍ନୋଲୋଜିର ଚାଷ...

ଇଞ୍ଜିନିୟର ଚାଷୀ
ଇଞ୍ଜିନିୟର ଚାଷୀ

By

Published : Dec 22, 2020, 7:55 PM IST

ହଜାରିବାଗ: ଆଜିର କମ୍ପିଟିସେନ ସମୟରେ ଚାକିରୀ ପାଇଁ ଲୋକ ନାହିଁନଥିବା ସଂଘର୍ଷ କରୁଛନ୍ତି । ଭଲ ଚାକିରୀଟିଏ ପାଇଁ ସବୁ କରିବାକୁ ତୟାର । ହେଲେ ଆଜି ଆମେ ଆପଣଙ୍କୁ ଭେଟାଇବୁ ଏଭଳି ଜଣେ ପ୍ରତିଭାବନ, ଦକ୍ଷ-କୁଶଳ ମଣିଷଙ୍କୁ, ଯିଏ ଇଞ୍ଜିନିୟର ଭଳି ମୋଟା ଅଙ୍କର ଦରମା ମିଳୁଥିବା ଚାକିରୀ ଛାଡି ଆପଣାଇଛନ୍ତି ଚାଷ କାମ । ଏହି ଚାଷୀ ହେଲେ ହଜାରୀବାଗର ଅମରନାଥ ଦାସ , ବିଆଇଟି ମେସରାରୁ ସିବିଲ ଇଞ୍ଜିନିୟରିଂ କରିବା ପରେ 14 ବର୍ଷ ଭଲ ନାମଦାମୀ କମ୍ପାନୀରେ ଚାକିରୀ କଲେ , କିନ୍ତୁ ନିଜ ମାଟି ମୋହ ତାଙ୍କୁ ପୁଣି ଟାଣିଆଣିଛି ଗାଁ ଭୂଇଁକୁ । ଏଠାରେ ସେ କୃଷକଙ୍କ ସହଯୋଗ ପାଇଁ ସଂକଳ୍ପ କରି ସଏଲ ଲେସ ବା ବିନା ମାଟିର ଟେକ୍ନୋଲୋଜି ଉପରେ ଆଧାରିତ ପଲିହାଉସ କରିଛନ୍ତି ।

ଇଞ୍ଜିନିୟର ଚାଷୀ

ଅମରନାଥ ଏଥିଲାଗି ମାଟି ବଦଳରେ କୋକୋ ପିଟ ବ୍ୟବହାର କରୁଛନ୍ତି । ଯେଉଁ କାରଣରୁ 90% ରୁ ଅଧିକ ମଞ୍ଜି ଉଦ୍ଭିଦରେ ପରିଣତ ହେବାକୁ ଲାଗିଲା । ଏହି ଟେକ୍ନୋଲୋଜି ହେତୁ ଗଛ ଭାଇରସ ଏବଂ ବ୍ୟାକ୍ଟେରିଆ ମୁକ୍ତ ରହିଥାଏ, ଯାହାକି ଚାଷୀଙ୍କୁ ଭଲ ଅମଳ ଦିଏ ।

ଏହି ପଦକ୍ଷେପ ଦ୍ବାରା ଅମରନାଥ ମାସିକ ପ୍ରାୟ 75 ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଉ ଏହା ଦ୍ବାରା ଚାଷୀ ବି ଭଲ ଲାଭବାନ ହେଉଛନ୍ତି । ଏଠକାର ମୁଖିଆ ବି କୁହନ୍ତି କି , ପ୍ରଥମ ଥର କୌଣସି ଇଞ୍ଜିନିୟର ନିଜ ଚାକିରୀ ଛାଡି କୃଷକଙ୍କ ପାଇଁ ଆଗେଇ ଆସିଛି । ଯାହାକି ଅତ୍ୟନ୍ତ ପ୍ରେରଣାଦାୟୀ ଆଉ ପ୍ରଂଶସନୀୟ ।

ସୁଟବୁଟ ପିନ୍ଧା ଚାକିରୀ ପଛରେ ଗୋଡାଉଥିବା ଯୁବପୀଢିଙ୍କ ପାଇଁ ଅମରନାଥ ପ୍ରେରଣାର ଉତ୍ସ । ସେ ନିଜ ଅଞ୍ଚଳ ଓ ରାଜ୍ୟର ବିକାଶ ପାଇଁ ଆଗେଇ ଆସିବା ସହ ଅନ୍ନଦାତାଙ୍କ ସହଯୋଗ କରିବାକୁ ଭିଡିଛନ୍ତି ଅଣ୍ଟା । ଏପ୍ରତି ଦୃଷ୍ଟି ଦେଇ ସରକାର ମଧ୍ୟ ଏହାର ଫାଇଦା ସମସ୍ତଙ୍କ ପାଖରେ ପହଞ୍ଚାଇବା ଜରୁରୀ । ଯେପରି ଚାଷ ଓ ଚାଷୀ ଉନ୍ନତି ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details