ଚଣ୍ଡିଗଡ: 'ଗତ ୫ ବର୍ଷର ଘଟଣା କ୍ରମ ମୋତେ କଷ୍ଟ ଦେଇଛି । ବ୍ୟକ୍ତିଗତ ପୀଡା ସତ୍ତ୍ବେ ମୋର ଆଶା ରହିଛି ଯେ କଂଗ୍ରେସର ଘଟଣାକ୍ରମ କଠିନ ପରିଶ୍ରମରୁ ଅର୍ଜିତ ଶାନ୍ତି ଓ ବିକାଶକୁ କ୍ଷତି ପହଁଞ୍ଚାଇବ ନାହିଁ ।' ଦୀର୍ଘ ଦିନ ଧରି ଯନ୍ତ୍ରଣା ଓ କଷ୍ଟକୁ ନିଜ ଛାତିରେ ଚାପିଧରି ଶେଷରେ ଇସ୍ତଫା ଦେବା ପୂର୍ବରୁ ସୋନିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ ।
ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ ଅମରିନ୍ଦର ସିଂ ବଖାଣିଛନ୍ତି ୫ ମାସର ଦୁଃଖ ଓ ଯନ୍ତ୍ରଣା । ଚିଠିରେ ଅସନ୍ତୋଷ ବି ରହିଛି ହେଲେ ଯନ୍ତ୍ରଣାରୁ ଜଳଜଳ କରି ବାରି ହୋଇପଡୁଛି ଅସହାୟତା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ସୋନିଆ ଗାନ୍ଧୀଙ୍କୁ ଏହି ଚିଠି ଲେଖିଥିଲେ । ଏହି ଚିଠିରେ ସୋନିଆ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କାରଣ ସମ୍ପର୍କରେ ସୂଚନା ଦେଇଥିଲେ କ୍ୟାପ୍ଟେନ ।
କ୍ୟାପଟେନ ଅମରିନ୍ଦର ସୋନିଆଙ୍କୁ ଲେଖିଛନ୍ତି ଯେ ରାଜ୍ୟରେ ଗତ ୫ ମାସର ଘଟଣାକ୍ରମରେ ସେ ଅତ୍ୟନ୍ତ ଦୁଃଖିତ। ପଞ୍ଜାବରେ ହାଇକମାଣ୍ଡର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଅମରିନ୍ଦର ଲେଖିଛନ୍ତି, ପଞ୍ଜାବରେ ନିଆଯାଇଥିବା ନିଷ୍ପତ୍ତିର ପ୍ରଭାବ ଜାତୀୟ ସ୍ତରରେ କ’ଣ ହୋଇପାରେ ଏବଂ ଏହା ସହ ଜଡିତ ଚିନ୍ତାଧାରାକୁ ବିଚାର କରାଯାଇ ନାହିଁ।