ଓଡିଶା

odisha

ETV Bharat / bharat

କଂଗ୍ରେସକୁ ବଡ଼ ଝଟକା: ହାତ ଛାଡିବେ କ୍ୟାପଟେନ ଅମରିନ୍ଦର, ବିଜେପିରେ ହେବେନି ସାମିଲ - କ୍ୟାପଟେନ ଅମିରନ୍ଦର ସିଂ

ଆଜି(ଗୁରୁବାର) ବଡ଼ ବୟାନ ଦେଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସେ କଂଗ୍ରେସ ଦଳ ତ୍ୟାଗ କରୁଥିବା କହିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସକୁ ବଡ଼ ଝଟକା: ହାତ ଛାଡିବେ କ୍ୟାପଟେନ ଅମରିନ୍ଦର, ବିଜେପିରେ ହେବେନି ସାମିଲ
କଂଗ୍ରେସକୁ ବଡ଼ ଝଟକା: ହାତ ଛାଡିବେ କ୍ୟାପଟେନ ଅମରିନ୍ଦର, ବିଜେପିରେ ହେବେନି ସାମିଲ

By

Published : Sep 30, 2021, 2:46 PM IST

Updated : Sep 30, 2021, 4:05 PM IST

ନୂଆଦିଲ୍ଲୀ:ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ଼ ବୟାନ । ସେ କଂଗ୍ରେସ ଦଳ ଛାଡ଼ୁଥିବା ନେଇ ଗୁରୁବାର ସୂଚନା ଦେଇଛନ୍ତି । କିନ୍ତୁ ଭାରତୀୟ ଜନତା ପାର୍ଟିରେ ମଧ୍ୟ ସାମିଲ ହୋଇନଥିବା କହିଛନ୍ତି ।

ସେ ଅନେକ ବର୍ଷ ଧରି କଂଗ୍ରେସ ନେତା ଭାବେ କାର୍ଯ୍ୟ କରିଆସିଛନ୍ତି । କିନ୍ତୁ ଆଗକୁ ଆଉ କଂଗ୍ରେସ ଦଳରେ ରହିବେ ନାହିଁ ବୋଲି କହିଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ କହିଛନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବୈଠକ ପରେ ଏଭଳି ବୟାନ ଦେଇ ପଞ୍ଜାବ ରାଜନୀତିକୁ ଦୋହଲାଇ ଦେଇଛନ୍ତି ଅମରିନ୍ଦର । କିନ୍ତୁ ସେ ବିଜେପିରେ ମଧ୍ୟ ଯୋଗ ଦେଉନଥିବା ସ୍ପଷ୍ଟ କରିଛନ୍ତି ।

ଇସ୍ତଫା ଦେବା ସମୟକୁ ମନେ ପକାଇ ଅମରିନ୍ଦର କହିଛନ୍ତି ଯେ ସେ ଗତ ୫୨ ବର୍ଷ ଧରି ରାଜନେତା ଭାବେ କାର୍ଯ୍ୟ କରିଆସୁଛନ୍ତି । ଇସ୍ତଫା ଦେବା ଦିନ ସକାଳ ପ୍ରାୟ ସାଢେ ୧୦ଟା ସମୟରେ କଂଗ୍ରେସ ସଭାପତି ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । ସେ ଗୋଟିଏ ବି ପ୍ରଶ୍ନ ନ ପଚାରି ଅପରାହ୍ନ ୪ଟା ସମୟରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ । ତେବେ ଏତେ ବର୍ଷ ଦଳରେ କାମ କରିବା ପାଇଁ ତାଙ୍କ ଉପରେ ସନ୍ଦେହକୁ ସେ ସହଜରେ ହଜମ କରିପାରିନାହାନ୍ତି । ଦଳ ପାଇଁ ଦୀର୍ଘ ବର୍ଷ କାମ କରିବା ପରେ ତାଙ୍କ ସହିତ ଏପରି ବ୍ୟବହାର ପାଇଁ ସେ କଂଗ୍ରେସ ଦଳ ଛାଡିଥିବା କହିଛନ୍ତି ।

ତାଙ୍କୁ ଥରେ ନୁହେଁ, ୩ ଥର ଅପମାନିତ କରାଯାଇଛି । ଏ ସମ୍ପର୍କରେ ସେ ସୋନିଆଙ୍କୁ ମଧ୍ୟ ସୂଚିତ କରାଇଥିଲେ । ତାଙ୍କ ଉପରେ ଏଭଳି ଅବିଶ୍ବାସ କରାଗଲେ ସେ ଆଗକୁ କିପରି କାର୍ଯ୍ୟ କରିବେ ବୋଲି ମଧ୍ୟ କହିଥିଲେ । ଅନ୍ୟପଟେ ସେ ବିଜେପିରେ ଯୋଗ ଦେଉଛନ୍ତି କି ନାହିଁ ପଚାରିଯିବା ପ୍ରଶ୍ନରେ ସେ ବିଜେପିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି । ସେପଟେ ସିଦ୍ଧୁଙ୍କ ବିଷୟରେ ଅମରିନ୍ଦର କହିଛନ୍ତି ଯେ ସିଦ୍ଧୁ ପଞ୍ଜାବର ମୁଖ୍ୟ ଭାବେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ନୁହେଁ । ସେ ସ୍ଥିର ମଣିଷ ନୁହେଁ, ଜଣେ ଅପରିପକ୍ବ ବ୍ୟକ୍ତି ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2021, 4:05 PM IST

ABOUT THE AUTHOR

...view details