ଓଡିଶା

odisha

ETV Bharat / bharat

କର୍ଫ୍ୟୁ ପ୍ରଭାବ: ଖାଁ ଖାଁ ଅମରାବତୀ ରାସ୍ତା - ନିର୍ଜନ ପାଲଟିଲା ଅମରାବତୀ ରାସ୍ତା

ମହାରାଷ୍ଟ୍ରର ଅମରାବତୀରେ ସାପ୍ତାହିକ କର୍ଫ୍ୟୁ ଲାଗୁ ହେବା ପରେ ରାସ୍ତାଘାଟ ଖାଁ ଖାଁ ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କର୍ଫ୍ୟୁ ପ୍ରଭାବ: ନିର୍ଜନ ପାଲଟିଲା ଅମରାବତୀ ରାସ୍ତା
କର୍ଫ୍ୟୁ ପ୍ରଭାବ: ନିର୍ଜନ ପାଲଟିଲା ଅମରାବତୀ ରାସ୍ତା

By

Published : Feb 23, 2021, 2:57 PM IST

ମୁମ୍ବାଇ:ମହାରାଷ୍ଟ୍ରର ଅମରାବତୀରେ ସାପ୍ତାହିକ କର୍ଫ୍ୟୁ ଲାଗୁ ହେବା ପରେ ଅଞ୍ଚଳର ରାସ୍ତାଘାଟ ଖାଁ ଖାଁ ହୋଇପଡିଛି । ଗତ କିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏହି ଜିଲ୍ଲାରେ ଲକଡାଉନ ଜାରି ହୋଇଛି ।

ସାପ୍ତାହିକ ଲକଡାଉନର ଗାଇଡଲାଇନ ଅନୁସାରେ ଜରୁରୀକାଳୀନ ସାମଗ୍ରୀ କିଣିବା ପାଇଁ ଦୋକାନ ସକାଳ 8ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଖୋଲା ରହିବ । ଜିଲ୍ଲାରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଅନଲାଇନ ସାମଗ୍ରୀ କିଣୁଥିବା ବେଳେ ଆଉ କିଛି ଲୋକମାନେ ବାହାର ଦୋକାନରୁ ସାମଗ୍ରୀ କିଣୁଛନ୍ତି । ଆଗକୁ ଲକଡାଉନ ବଢିବା ଆଶଙ୍କା କରି ଲୋକମାନେ ମଧ୍ୟ ସାମଗ୍ରୀକୁ ଗଚ୍ଛିତ କରିବା ଉଦ୍ଦେଶ୍ୟରେ ଅଧିକ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଛି ।

ଅଞ୍ଚଳର ଜଣେ ବାସିନ୍ଦା ପ୍ରମୋଦ କାକୁର କହିଛନ୍ତି ଯେ ଯେଉଁ ଲୋକମାନେ ଅନଲାଇନ ମାଧ୍ୟମରେ ସାମଗ୍ରୀ କ୍ରୟ ସମ୍ପର୍କରେ ଜାଣି ନାହାନ୍ତି ତେବେ ସେମାନେ ବାହରକୁ ଆସି ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିବା ସେ କହିଛନ୍ତି । ସେପଟେ ସରକାର ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ନ କଲେ ଲୋକମାନେ ସାମଗ୍ରୀ କିଣିବା ବାହାନରେ ବାହାରକୁ ଆସିବେ ବୋଲି ଜଣେ ବାସିନ୍ଦା ଉମା ଶଙ୍କର କହିଛନ୍ତି । ସେ ଆହୁରି କହିଛନ୍ତି ଯେ କର୍ଫ୍ୟୁକୁ ସଫଳ କରିବା ପାଇଁ ପ୍ରଶାସନ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସକୁ ମୁତୟନ କରିବା ଆବଶ୍ୟକ ହୋଇପଡିଛି ।

ମହାରାଷ୍ଟ୍ରର ଅମରାବତୀଠାରେ ଗତ ସୋମବାର ରାତି 8ଟାଠାରୁ ସପ୍ତାହ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ 54 ହଜାର 306 ସକ୍ରିୟ ମାମଲା ରହିଥିବା ବେଳେ ଏଯାବତ୍‌ 19 ଲକ୍ଷ 99 ହଜାର 982ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ 51 ହଜାର 806 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ABOUT THE AUTHOR

...view details