ନୂଆଦିଲ୍ଲୀ: ଲିଭିବନି ୫୦ ବର୍ଷ ଧରି ପ୍ରଜ୍ବଳିତ ହୋଇ ଆସୁଥିବା ଅମର ଯବାନ ଜ୍ୟୋତି । ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶ୍ରଣ ହେବ । ଅମର ଯବାନ ଜ୍ୟୋତି ଲିଭିବା ନେଇ ବିବାଦ ସୃଷ୍ଟି ହେବା ପରେ ଏପରି କିଛି ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର (Amar Jawan Jyoti not being extinguished says Govt) । ଜାତୀୟ ଯୁଦ୍ଧ ସ୍ମାରକୀରେ ସବୁ ଭାରତୀୟ ଶହୀଦଙ୍କ ନାଁ ସ୍ଥାନ ପାଇଛି । ୧୯୭୧ ସମେତ ସବୁ ଯୁଦ୍ଧର ଶହୀଦଙ୍କ ନାଁ ଏଥିରେ ରହିଛି । ଏହା ହିଁ ଶହୀଦଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର ସରକାର ଆହୁରି କହିଛନ୍ତି ଏହାକୁ ନେଇ ଅନେକଗୁଡିକ ଭୁଲ୍ ସୂଚନା ଦିଆଯାଉଛି । ଅଯଥା ଗୁଜବ ସୃଷ୍ଟି କରାଯାଉଛି । ୧୯୭୧ ମସିହାରେ ଅମର ଯବାନ ଜ୍ୟୋତିଙ୍କ ଜଳା ଯାଇଥିଲା । ଯୁଦ୍ଧରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ଜ୍ୟୋତିକୁ ପ୍ରଜ୍ଜଳିତ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଶହୀଦ ଯବାନଙ୍କ ନାଁ ଉଲ୍ଲେଖ କରାଯାଇନଥିଲା । ୧୯୭୧ ଯୁଦ୍ଧରେ ଶହୀଦ ହୋଇଥିବା ଯବାନଙ୍କ ନାଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ରଖାଯାଇଥିଲା । ଏଥିପାଇଁ ସେଠାରେ ଏହି ଜ୍ୟୋତିକୁ ଜଳିବା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ର ।
ଅମର ଯବାନ ଜ୍ୟୋତି ଲିଭିବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । କିଛି ଲୋକ ଦେଶର ବୀର ଯବାନଙ୍କ ବଳିଦାନକୁ ବୁଝି ପାରନ୍ତି ନାହିଁ ଟ୍ବିଟ କରି କେନ୍ଦ୍ରକୁ କଟାକ୍ଷ କରିଛନ୍ତି କଂଗ୍ରେସର ବରିଷ୍ଠ ସାଂସଦ ରାହୁଲ ଗାନ୍ଧୀ। ଏହା ବହୁତ ଦୁଃଖଦାୟକ । କିଛି କଥା ନାହିଁ ଆମେ ଆମ ଅମର ଯବାନଙ୍କ ପାଇଁ ପୁନଃର୍ବାର ଜ୍ୟୋତି ଜାଳିବୁ ବୋଲି କହିଛନ୍ତି ରାହୁଲ ।
ବିରୋଧୀଙ୍କ ସମାଲୋଚନାର କଡା ଜବାବ ଦେଇଛନ୍ତି କେନ୍ଦ୍ର ସରକାର । ଏହା ବିଡମ୍ବନାର ବିଷୟ ଯେ ଦୀର୍ଘ ସାତ ଦଶନ୍ଧି ଧରି କ୍ଷମତାରେ ଥିବା ବ୍ୟକ୍ତି ଯୁଦ୍ଧ ସ୍ମାରକୀ ନିର୍ମାଣ ପାଇଁ ଚିନ୍ତା କରିନାହାନ୍ତି ହେଲେ ଏବେ ଶହିଦଙ୍କୁ ଅସଲ ଶ୍ରଦ୍ଧାଞ୍ଜଳି ଦିଆଯିବ ଏବଂ ଅମର ଯବାନ ଜ୍ୟୋତି ଲିଭିବନି ବୋଲି କହିଛି କେନ୍ଦ୍ର ।
ପ୍ରକାଶ ଥାଉ କି, ୧୯୭୧ରେ ଭାରତ-ପାକ ଯୁଦ୍ଧରେ ସହିଦ ବୀରଙ୍କ ସ୍ମୃତିରେ ସ୍ଥାପନ ହୋଇଥିଲା ଅମର ଯବାନ ଜ୍ୟୋତି । ୧୯୭୨ରେ ଜାନୁଆରୀ ୨୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ଉଦଘାଟନ କରିଥିଲେ । ଶହୀଦ ଯବାନଙ୍କ ସ୍ମୃତିରେ ଦୀର୍ଘ ୫୦ ବର୍ଷ ଧରି ଅହରହ ଜଳି ଆସୁଛି ଏହି ଅମର ଯବାନ ମଶାଲ । ସ୍ବାଧୀନ ଭାରତର ବିଭିନ୍ନ ଯୁଦ୍ଧରେ ସହିଦ ହୋଇଥିଲା ୨୬ ହଜାରରୁ ଅଧିକ ଯବାନଙ୍କ ନାମ ଏଥିରେ ସ୍ଥାନିତ ହୋଇଛି ।