ଓଡିଶା

odisha

ETV Bharat / bharat

ମହିଳା ବନ୍ଧୁଙ୍କୁ କକ୍‌ପିଟରେ ପୁରାଇଲେ ପାଇଲଟ, ଏୟାର ଇଣ୍ଡିଆକୁ DGCA ମାଗିଲା ଜବାବ - ମହିଳାଙ୍କ କକପିଟରେ ପ୍ରବେଶ

ମହିଳା ବନ୍ଧୁଙ୍କୁ କକ୍‌ପିଟରେ ପୁରାଇଲେ ଏୟାର ଇଣ୍ଡିଆ ପାଇଲଟ । ଏୟାରଲାଇନ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସେଫ୍ଟି ଅପରେସନ ମୁଖ୍ୟଙ୍କୁ 15 ଦିନରେ ଜବାବ ମାଗିଲା ଡିଜିସିଏ । ଅଧିକ ପଢନ୍ତୁ

ବାନ୍ଧବୀଙ୍କୁ କକପିଟରେ ପୁରାଇଲେ ଏୟାର ଇଣ୍ଡିଆ ପାଇଲଟ, DGCA ମାଗିଲା ଜବାବ
ବାନ୍ଧବୀଙ୍କୁ କକପିଟରେ ପୁରାଇଲେ ଏୟାର ଇଣ୍ଡିଆ ପାଇଲଟ, DGCA ମାଗିଲା ଜବାବ

By

Published : Apr 30, 2023, 6:50 PM IST

ମୁମ୍ବାଇ:ପୁଣି ଏୟାର ଇଣ୍ଡିଆରେ ଉଡାଣ ବେଳେ ବିଭ୍ରାଟ । ଏଥର କୌଣସି ଯାତ୍ରୀଙ୍କ ଅଶୋଭନୀୟ ଆଚରଣ କିମ୍ବା ଯାନ୍ତ୍ରିକ ତ୍ରୁଟି ନୁହେଁ,ବରଂ ମହିଳା ବନ୍ଧୁଙ୍କୁ କକ୍‌ପିଟରେ ପ୍ରବେଶ କରିବାକୁ ପାଇଲଟ ଅନୁମତି ଦେବା ପରେ ଅଡୁଆରେ ଏୟାର ଇଣ୍ଡିଆ । ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ୟାମ୍ପ୍‌ବେଲ ଓ୍ବିଲ୍‌ସନଙ୍କ ସହ ସଂସ୍ଥାର ସେଫ୍ଟି ଅପରେସନ ମୁଖ୍ୟଙ୍କୁ ଜବାବ ତଲବ କରାଯାଇଛି ।

ସୂଚନା ଅନୁସାରେ, ଘଟଣାଟି ଫେବୃଆରୀ 27 ତାରିଖରେ ଦୁବାଇରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ଘଟିଛି । ହେଲେ ଏ ସମ୍ପର୍କରେ ପରେ ଜଣାପଡିବା ପରେ ଚଳିତ ମାସ 21 ତାରିଖରେ ଡିଜିସିଏ ଏହି ରିପୋର୍ଟ ତଲବ କରିଛି । ଏୟାର ଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହନୀ ଅଧିକାରୀଙ୍କ ସମେତ ସେଫ୍ଟି ଅପରେସନର ମୁଖ୍ୟଙ୍କୁ ମଧ୍ୟ ଜାରି ନୋଟିସରେ ପକ୍ଷଭୂକ୍ତ କରିବା ସହ 15ଦିନ ମଧ୍ୟରେ ସବିଶେଷ ଉତ୍ତର ରଖିବା ପାଇଁ ଉଡାଣ ନିର୍ଦ୍ଦେଶାଳୟ କହିଛି ।

ପାଇଲଟଙ୍କ ଏହି ମହିଳା ବନ୍ଧୁଜଣଙ୍କ ଉକ୍ତ ଦିନ ଯାତ୍ରୀ ଭାବେ ବିମାନରେ ଯାତ୍ରା କରୁଥିଲେ । ଏହି ସମୟରେ ପାଇଲଟଜଣଙ୍କ ନିଜ ବନ୍ଧୁଙ୍କୁ ବିମାନର କକପିଟରେ ପ୍ରବେଶ କରିବାର ଅନୁମତି ଦେଇଥିଲେ । ଯାହାକି ସମ୍ପୂର୍ଣ୍ଣ ଆଭିଏସନ ସେଫ୍ଟି ପ୍ରୋଟୋକଲର ଉଲଙ୍ଘନ । ଘଟଣା ସମ୍ପର୍କରେ ଜଣାପଡିବା ପରେ ଏପ୍ରିଲ 21ରେ ଏୟାରଲାଇନ୍ସର ଦୁଇ ପ୍ରମୁଖ ଅଧିକାରୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛି ଡିଜିସିଏ । ସଂସ୍ଥା ପକ୍ଷରୁ ଏପରି କରିଥିବା ପାଇଲଟଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ କେବଳ ତଦନ୍ତ ଜାରି ରହିଥିବା କୁହାଯାଇଛି ।

ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆରେ ଜଣେ ଯାତ୍ରୀ ଅନ୍ୟ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ଏପରି ଅଶୋଭନୀୟ ଘଟଣା ସାମ୍ନାକୁ ଆସିବା ପରେ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା ଏୟାର ଇଣ୍ଡିଆ । ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀରେ କୋର୍ଟ ଫରଓ୍ବାର୍ଡ କରାଯାଇଥିଲା । ଏପରି ଘଟଣାର ଶିକାର ହୋଇଥିବା ମହିଳା ଯାତ୍ରୀ ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟାସନ୍ସର ଅଧ୍ୟକ୍ଷଙ୍କୁ ହସ୍ତକ୍ଷେପ ପାଇଁ ଚିଠି ଲେଖିଥିଲେ ।

ଏପରି ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଉଡାଣ ନିର୍ଦ୍ଦେଶାଳୟ ଦେଶରେ ବିମାନ ସେବା ଯୋଗାଉଥିବା ସମସ୍ତ ଘରୋଇ ଏୟାରଲାଇନ୍ସ ପାଇଁ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତାମୂଳକ ଏକାଧିକ ଗାଇଡଲାଇନ ଜାରି କରିଥିଲେ । ଏବେ ପୁଣି ଏୟାର ଇଣ୍ଡିଆରେ ସୁରକ୍ଷାରେ ତ୍ରୁଟି ଅଭିଯୋଗ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details