ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟରେ ବିବାଦୀୟ ହିଜାବ ମାମଲା ବିଚାରଧୀନ ରହିଛି । ଗୁରୁବାର ପଞ୍ଚମ ଦିନରେ ମାମଲାର ଶୁଣାଣି ହୋଇଥିବାବେଳେ ଆଜି(ଶୁକ୍ରବାର) ଅପରାହ୍ନ ୨ଟା ୩୦ରେ ପୁଣିଥରେ ଏହାର ଶୁଣାଣି ହେବାର ଅଛି । ଏହାପୂର୍ବରୁ ଜଣେ ମୁସଲମାନ ସମ୍ପ୍ରଦାୟର ଛାତ୍ରୀ ପୁନର୍ବାର ହାଇକୋର୍ଟରେ ଏକ ସଦ୍ୟ ଆବେଦନ କରିଛନ୍ତି । ଶୁକ୍ରବାର ଏବଂ ରମଜାନ ମାସରେ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବାକୁ କୋର୍ଟକୁ ନିବେଦନ କରିଛନ୍ତି ଏହି ଛାତ୍ରୀ ।
ଶୁକ୍ରବାର ଓ ରମଜାନରେ ହିଜାବ ପିନ୍ଧିବାକୁ ହାଇକୋର୍ଟରେ ଆବେଦନ - Allow to wear hijab on Fridays and Ramzan
ଆଜି ପୁଣି ଥରେ ହିଜାବ ମାମଲାର ଶୁଣାଣି କରିବେ କର୍ଣ୍ଣାଟକ ହାଇକୋର୍ଟ । ଏହାପୂର୍ବରୁ ଶୁକ୍ରବାର ଏବଂ ରମଜାନ ମାସରେ ହିଜାବି ପିନ୍ଧିବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କଲେ ଛାତ୍ରୀ । ଅଧିକ ପଢନ୍ତୁ
ଛାତ୍ରୀ ଦାବି କରିଛନ୍ତି ଯେ, ହିଜାବ ନିଷେଦ୍ଧ କରିବାର ଅର୍ଥ ପବିତ୍ର କୋରାନ ଉପରେ ପ୍ରତିବନ୍ଧକ ଲଗାଇବା । ତେଣୁ ପ୍ରତି ଶୁକ୍ରବାର, ଯାହା ମୁସଲିମଙ୍କ ପାଇଁ ଜୁମ୍ମା ଦିବସ ଅଟେ ଏବଂ ରମଜାନ ମାସରେ କୋର୍ଟ ହିଜାବ ପିନ୍ଧିବାକୁ ଅନୁମତି ଦେଇ ଆଦେଶ ପାରିତ କରନ୍ତୁ ।
କହିରଖୁଛୁ ଗତ ସପ୍ତାହରେ ବିବାଦୀୟ ହିଜାବ ସଂକ୍ରାନ୍ତୀୟ ସମସ୍ତ ଆବେଦନକୁ ବିଚାରକୁ ନେଇ ହାଇକୋର୍ଟ ନିଜ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ଗେରୁଆ ବସ୍ତ୍ର, ସ୍କାର୍ପ, ହିଜାବ ଏବଂ ଅନ୍ୟାନ୍ୟ ଧର୍ମ ସହ ଜଡିତ ପୋଷାକ ପିନ୍ଧିବା ଉପରେ କଟକଣା ଲାଗୁ କରିଥିଲେ । ତେଣୁ କେବଳ ଶୁକ୍ରବାର ଏବଂ ରମଜାନ ମାସରେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ଛାତ୍ରୀମାନେ ଦାବି କରିଛନ୍ତି ।