ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସଙ୍କେତ, ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳ ଗଠନ - ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ

ଖୁବଶୀଘ୍ର ମହାରାଷ୍ଟ୍ର କ୍ୟାବିନେଟ ଗଠନ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୂଚନା । କେବଳ ମୁଖ୍ୟମନ୍ତ୍ରୀ ଓ ପରମୁଖ୍ୟମନ୍ତ୍ରୀ ନେଇଛନ୍ତି ଶପଥ । ଅଧିକ ପଢନ୍ତୁ

ଖୁବଶୀଘ୍ର ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ ଗଠନ ନେଇ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସଙ୍କେତ
ଖୁବଶୀଘ୍ର ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ ଗଠନ ନେଇ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସଙ୍କେତ

By

Published : Jul 31, 2022, 4:05 PM IST

ମୁମ୍ବାଇ:ରାଜନୈତିକ ସଙ୍କଟ ପାଇଁ ଚର୍ଚ୍ଚାରେ ଥିବା ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହୋଇ ସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କିନ୍ତୁ ମନ୍ତ୍ରୀମଣ୍ଡଳ ଗଠନ ହୋଇ ପାରିନାହିଁ । ତେବେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ରାଜ୍ୟ କ୍ୟାବିନେଟ ଗଠନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । କ୍ଷମତା ପରିବର୍ତ୍ତନ ପରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ବିଧାୟକ ଓ ବିଜେପି ମିଶି ସରକାର ଗଠନ କରିଛନ୍ତି । ଶିବସେନା ବିଦ୍ରୋହୀ ଗୋଷ୍ଠୀର ନେତୃତ୍ବ ନେଇଥିବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଓ ସହଯୋଗୀ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ କେହି ମନ୍ତ୍ରୀ ଏପର୍ଯ୍ୟନ୍ତ ଶପଥ ଗ୍ରହଣ କରିନଥିବାରୁ କ୍ୟାବିନେଟ ଗଠନ ହୋଇପାରିନାହିଁ ।

ଉଭୟ ପକ୍ଷ ଏହି ମାମଲାରେ କୋର୍ଟରେ ଦ୍ବାରସ୍ଥ ହୋଇଥିବା ଯୋଗୁ କ୍ୟାବିନେଟ ଗଠନରେ ବିଳମ୍ବ ହେଉଛି । ଅନ୍ୟପଟେ ବିଜେପି ପାଖରେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଅପେକ୍ଷା ଅଧିକ ସଂଖ୍ୟା ଥିଲେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ବଦଳରେ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ପସନ୍ଦ କରିଛି । ଏପରି ସ୍ଥଳେ ଗଠନ ହେବାକୁ ଥିବା ନୂତନ କ୍ୟାବିନେଟରେ ବିଜେପି ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ସହ ଅଧିକ ମନ୍ତ୍ରୀ ପଦ ନେଇପାରେ ବୋଲି ମଧ୍ୟ ରାଜନୈତିକ ବିଶ୍ଳେଷକ ଅନୁମାନ କରୁଛନ୍ତି । ଏହାରି ମଧ୍ୟରେ ଖୁବଶୀଘ୍ର ମନ୍ତ୍ରୀ ମଣ୍ଡଳ ଗଠନ ନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ ସୂଚନା ଦେଇଛନ୍ତି ।

ଆଜି ଶିବସେନା ନେତା ସଞ୍ଜୟ ରାଉତଙ୍କ ଘରେ ଇଡିର ଚଢାଉ ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତି, "ଶିବସେନା ନେତା ସଞ୍ଜୟ ରାଉତ ମହାବିକାଶ ଅଗାଡି ମେଣ୍ଟର ଜଣେ ବରିଷ୍ଠ ନେତା । ଯଦି ସେ ଏହି ଆର୍ଥିକ ହେରଫେରରେ ସମ୍ପୃକ୍ତ ନୁହନ୍ତି, ତେବେ ତଦନ୍ତ ହେବାକୁ ଦିଅନ୍ତୁ, ଭୟଭୀତ ହେବାର କ’ଣ ଆବଶ୍ୟକତା ରହିଛି ବୋଲି ସିନ୍ଦେ କହିଛନ୍ତି । ବାଲାସାହେବ ଠାକରେଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖି ସିନ୍ଦେ କହିଛନ୍ତି, ଖୁବଶୀଘ୍ର ବାଲା ସାହେବ ଠାକେରଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯିବ । ଏଥିପାଇଁ ସେ ନିର୍ଦ୍ଦେଶ ଦେଇସାରିଛନ୍ତି ।"

ABOUT THE AUTHOR

...view details