ଓଡିଶା

odisha

ETV Bharat / bharat

Budget 2023-24: ପିଏମ ଆବାସ ଯୋଜନା ଖର୍ଚ୍ଚ 66 ପ୍ରତିଶତ ବୃଦ୍ଧି - ବଜେଟ 2023

ପିଏମ ଆବାସ ଯୋଜନାରେ 66 ପ୍ରତିଶତ ଅଧିକ ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ଖର୍ଚ୍ଚ ହେବ 79 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Feb 1, 2023, 3:03 PM IST

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ 2023-24 ପାଇଁ ବଜେଟ । ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ପିଏମ ଆବାସ ଯୋଜନା ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପିଏମ ଆବାସ ଯୋଜନାରେ 66 ପ୍ରତିଶତ ଅଧିକ ବ୍ୟୟ ବରାଦ କରିଛନ୍ତି। ଏଥି ପାଇଁ 79 ହଜାର କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବ ।

ଚଳିତ ବଜେଟରେ ଲୋକଙ୍କୁ ବାସଗୃହ ଯୋଗାଇବା ପାଇଁ ଅତିରିକ୍ତ 48 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ। ଏହା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ 80ଲକ୍ଷ ବାସଗୃହ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ମୋଦି ସରକାରଙ୍କ ଲକ୍ଷ୍ୟ ପ୍ରତ୍ୟେକ ବାସହୀନ ଲୋକଙ୍କୁ ଆବସ ଯୋଗାଇ ଦେବା । ଏଥିପାଇଁ ସରକାର ପ୍ରାଥମିକ ଭିତ୍ତିରେ କାମ କରୁଛନ୍ତି । ସରକାର ପ୍ରତ୍ୟେକ ବାସହୀନ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେଉଛନ୍ତି ।


ଆର୍ଥିକ ବର୍ଷ 2022 ସେପ୍ଟେମ୍ବର 29 ତାରିଖରେ ସୁଦ୍ଧା, ମଞ୍ଜୁର ହୋଇଥିବା 2.46 କୋଟି ଘର ମଧ୍ୟରୁ ମୋଟ ଦୁଇ କୋଟି ଘର ନିର୍ମାଣ ଶେଷ ହୋଇଛି । ବର୍ତ୍ତମାନ ସମତଳ ଭୂମିରେ ପିଏମ ଆବାସ ନିର୍ମାଣ ପାଇଁ 1 ଲକ୍ଷ 20 ହଜାର ଓ ପାହାଡିଆ ଅଞ୍ଚଳରେ ନିର୍ମାଣ ପାଇଁ 1 ଲକ୍ଷ 30 ହଜାର ଆର୍ଥିକ ସହାୟତ ମିଳୁଛି । ଏତତ ବ୍ୟତୀତ ଶୌଚାଳୟ ଓ ଅନ୍ୟାନ୍ୟ ସହାୟତ ମିଶି ଏହି ଅନୁଦାନ 1 ଲକ୍ଷ 50 ହଜାରରୁ ଅଧିକ ମିଳୁଛି । ପୂ୍ର୍ବରୁ 2022 ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ଆବାସ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ ।

ABOUT THE AUTHOR

...view details