ଓଡିଶା

odisha

ETV Bharat / bharat

Pre-term Delivery: ହସ୍ପିଟାଲରେ ନବଜାତକୁ ମୃତ କହିଲେ ଡାକ୍ତର, ଘରେ ଚାଲିଲା ପ୍ରଶ୍ବାସ - ମୃତ ଶିଶୁ

ନୂଆଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲରେ ଅବହେଳା । ନବଜାତ ଶିଶୁକୁ ଡାକ୍ତରମାନେ ମୃତ ଘୋଷିତ କରିବା ପରେ ଶିଶୁଟି ଘରେ ପହଞ୍ଚିଲା ବେଳେ ତାର ଶ୍ବାସକ୍ରିୟା ଚାଲୁଥିବା ନେଇ ଜଣାପଡ଼ିଛି । ଅଧିକ ପଢନ୍ତୁ

Pre-term Delivery
Pre-term Delivery

By

Published : Feb 20, 2023, 6:19 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲରେ ଅବହେଳା । ହସ୍ପିଟାଲରେ ଡାକ୍ତର ନବଜାତ ଶିଶୁକୁ ମୃତ ଘୋଷିତ କରିଥିବା ବେଳେ ଘରେ ଶିଶୁର ଶ୍ବାସକ୍ରିୟା ଚାଲୁଥିବା ଦେଖିବାକୁ ମିଳିଛି । ଏହାପରେ ସମ୍ପର୍କୀୟ ପୁଣି ଶିଶୁଟି ହସ୍ପିଟାଲକୁ ନେଇଥିବା ବେଳେ ତାକୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି । ଏହି ଘଟଣା ସାମନାକୁ ଆସିବା ପରେ ହସ୍ପିଟାଲ ଏମଡି ସୁରେଶ କୁମାର ଯାଞ୍ଚ ଆଦେଶ ଦେଇଛନ୍ତି । ଶିଶୁଟିର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଜନ୍ମ ନେଇଥିବାରୁ ଏପରି ସମସ୍ୟା ଉପୁଜିଥିବା ସେ କହିଛନ୍ତି ।

ଗତକାଲି (ରବିବାର) ଦ୍ବିପ୍ରହର ବେଳେ ଜଣେ ମହିଳା ଗର୍ଭଧାରଣର ୬ମାସ ହୋଇଥିବା ବେଳେ ଶିଶୁକୁ ଜନ୍ମ ଦେଇଥିଲେ । ଡାକ୍ତର ଡେଲିଭରି ପରେ ନବଜାତକୁ ମୃତ ବୋଲି ଘୋଷଣା କରିଥିଲେ । ଏହାପରେ ଶିଶୁକୁ ଘରକୁ ଅଣାଯାଇଥିଲା । ଏହାପରେ ଚମତ୍କାର ଦେଖିବାକୁ ମିଳିଥିଲା । ଶିଶୁଟିର ନିଶ୍ବାସ ପ୍ରଶ୍ବାସ ଚାଲୁଥିବା ଗର୍ଭବତୀଙ୍କ ସମ୍ପର୍କୀୟମାନେ ହୃଦବୋଧ କରିବା ପରେ ପୁଣି ଶିଶୁକୁ ନେଇ ଏଲଏନଜେପି ହସ୍ପିଟାଲକୁ ଆଣିଥିଲେ । ଏଠାରେ ଡାକ୍ତର ଶିଶୁର ସ୍ବାସ୍ଥ୍ୟବସ୍ଥା ପୁନଃ ଯାଞ୍ଚ କରିବା ପରେ ତାକୁ ଭେଣ୍ଟିଲେଟରରେ ରଖିଥିବା ଜଣାପଡ଼ିଛି ।

ଏନେଇ ହସ୍ପିଟାଲର ଏମଡି ସୁରେଶ କୁମାର କହିଛନ୍ତି, " ରବିବାର ଜଣେ ଗର୍ଭବତୀ ମହିଳା ଗର୍ଭଧାରଣର ୨୩ ସପ୍ତାହ ହୋଇଥିବା ବେଳେ ତାଙ୍କର ଡେଲିଭରି ହୋଇଥିଲା । ଯେତେବେଳେ ଶିଶୁଟି ଜନ୍ମ ନେଇଥିଲା ସେତେବେଳେ ତା ଶରୀରରେ କୌଣସି ମୁଭମେଣ୍ଟ ଦେଖିବାକୁ ମିଳିନଥିଲା । ଏହାପରେ ଡାକ୍ତରମାନେ ଶିଶୁକୁ ମୃତ ଘୋଷଣା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଶିଶୁଟି ନିଶ୍ବାସ ପ୍ରଶ୍ବାସ ନେବା ସହ ହାତଗୋଡ଼ ହଲାଇଥିଲା । ଏନେଇ ଡାକ୍ତରମାନେ ଜାଣିବାକୁ ପାଇବା ପରେ ଶିଶୁକୁ ଭେଣ୍ଟିଲେଟରରେ ରଖାଯାଇଛି । ଏବେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।"

ଏହା ବି ପଢନ୍ତୁ- Country's Youngest Organ Donor: ବାପାଙ୍କୁ ଯକୃତ ଦାନ କଲେ 17 ବର୍ଷିୟା ଝିଅ

ଏହି ଶିଶୁଟିର ନିର୍ଦ୍ଧିଷ୍ଟ ସମୟ ବା ପ୍ରିମ୍ୟାଚୁଅର ଡେଲିଭରି ହୋଇଥିବାରୁ ଏଭଳି ସମସ୍ୟା ଉପୁଜିଛି । ଶିଶୁଟିର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିବା ହସ୍ପିଟାଲର ଏମଡି ସୂଚନା ଦେଇଛନ୍ତି । ଏହି ଘଟଣାର ସମ୍ପର୍ଣ୍ଣ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାର ବିସ୍ତୃତ ରିପୋର୍ଟ ପହଞ୍ଚିବ । ଏହାପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ପର୍ଯ୍ୟନ୍ତ ପୋଲିସ ନିକଟରେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ହସ୍ପିଟାଲର ଏମଡି ସୂଚନା ଦେଇଛନ୍ତି । ଅନ୍ୟପଟେ ଗର୍ଭବତୀ ମହିଳାଙ୍କ ପରିବାର ବର୍ଗ କ୍ରୋଧ ପ୍ରକାଶ କରିବା ସହିତ ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ କରିଛନ୍ତି ।

ପରିବାର ପକ୍ଷରୁ କୁହାଯାଇଛି ଯେ ଶିଶୁକୁ ମୃତ ଘୋଷିତ କରିବା ପରେ ତାକୁ ଏକ ଡବାରେ ଭର୍ତ୍ତି କରାଯାଇଥିଲା । ଏହାଦ୍ବାରା ତାର ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା । ଏହାସହ ଯେତେବେଳେ ଶିଶୁଟି ଜୀବିତ ଥିବା ନେଇ ଡାକ୍ତରମାନଙ୍କୁ ସୂଚନା ଦିଆଯାଇଥିଲା, , ସେମାନେ ଶିଶୁକୁ ଦେଖିବା ଲାଗି ସିଧାସଳଖ ମନା କରିଦେଇଥିବା ପରିବାର ଅଭିଯୋଗ କରିଛି । ଯେତେବେଳେ ପୋଲିସକୁ ଏ ନେଇ ଖବର ଦେବା ଲାଗି କୁହାଯାଇଥିଲା, ତା ପରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଡାକ୍ତରମାନେ ରାଜି ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details