ଓଡିଶା

odisha

ETV Bharat / bharat

live-in relationship: ବିବାହ ପରେ ଲିଭ-ଇନ ରିଲେସନସିପରେ ରହିଲେ ହରାଇବାକୁ ପଡିବନି ଚାକିରୀ - ଆଲ୍ଲାହାବାଦ ହାଇକୋର୍ଟ

ଏଣିକି ବିବାହିତ ଥିବା ସତ୍ତ୍ବେ ଲିଭ-ଇନ୍ ରିଲେସନସିପରେ ରହିଲେ କୌଣସି କର୍ମଚାରୀଙ୍କୁ ଚାକିରୀ ହରାଇବାକୁ ପଡିବନି। କାରଣ ଆହ୍ଲାବାଦ ହାଇକୋର୍ଟ ଏହାକୁ ବିରୋଧ କରିବା ସହ ଏହି ଆଦେଶକୁ ରଦ୍ଦ କରିଛନ୍ତି ।

ଆଦେଶକୁ ରଦ୍ଦ କଲେ  ଆଲ୍ଲାହାବାଦ ହାଇକୋର୍ଟ
ଆଦେଶକୁ ରଦ୍ଦ କଲେ ଆଲ୍ଲାହାବାଦ ହାଇକୋର୍ଟ

By

Published : Jul 19, 2021, 1:00 PM IST

ଲକ୍ଷ୍ନୌ: ଏଣିକି ବିବାହିତ ଥିବା ସତ୍ତ୍ବେ ଲିଭ-ଇନ୍ ରିଲେସନସିପରେ ରହିଲେ କୌଣସି କର୍ମଚାରୀଙ୍କୁ ଚାକିରୀ ହରାଇବାକୁ ପଡିବନି। କାରଣ ଆହ୍ଲାବାଦ ହାଇକୋର୍ଟ ଏହାକୁ ବିରୋଧ କରିବା ସହ ଏହି ଆଦେଶକୁ ରଦ୍ଦ କରିଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ଏହି ଭୁଲ ପାଇଁ କୌଣସି କର୍ମଚାରୀକୁ ଚାକିରୀରୁ ବାହାର କରିବା ଏକ ବଡ ଦଣ୍ଡ । ମାତ୍ର ଏଥିପାଇଁ ଦଣ୍ଡ କୋହଳ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି ।

ଏହାସହ କୋର୍ଟ ବିଭାଗକୁ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସ୍ୱାଧୀନତା ଦେଇଛନ୍ତି। ଆବେଦନକାରୀ ଗୋରେଲାଲ ବର୍ମାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ପଙ୍କଜ ଭାଟିଆ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଆବେଦନ ଉତ୍ତରପ୍ରଦେଶ ସରକାରୀ ସେବକ ଆଚରଣ ନିୟମ 1956 ପ୍ରସଙ୍ଗରେ ଅନ୍ୟାୟ ଅଟେ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉକି, ସରକାରୀ କର୍ମଚାରୀ ଗୋରେଲାଲଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ ଜୀବିତ ଥାଇ ବି ସେ ହେମଲତା ବର୍ମା ନାମକ ଜଣେ ମହିଳାଙ୍କ ସହ ଲିଭ-ଇନ୍‌ ରିଲେସନସିପରେ ଥିଲେ । ଯାହାକୁ ନେଇ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା । ଏହା ବିରୁଦ୍ଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଆବେଦନ ପରେ ଆହ୍ଲାବାଦ ହାଇକୋର୍ଟ ଏହାକୁ ବିରୋଧ କରିବା ସହ ଭୁଲ ପାଇଁ କୌଣସି କର୍ମଚାରୀକୁ ଚାକିରୀରୁ ବାହାର କରିବା ଉଚିତ୍ ନୁହେଁ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details