ଓଡିଶା

odisha

By

Published : May 10, 2022, 5:56 PM IST

ETV Bharat / bharat

ଜାମିନ ପାଇଲେ ସପା ନେତା ଆଜମ ଖାନ, ଜେଲରୁ ବାହାରିବା ରାସ୍ତା ଏବେ ବି ଅସ୍ପଷ୍ଟ

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଜାମିନ ଦେଲେ ଆହ୍ଲାବାଦ ହାଇକୋର୍ଟ । ତଥାପି ଜେଲରୁ ବାହାରିବା ଚିତ୍ର ଅସ୍ପଷ୍ଟ । ଗତ କିଛିଦିନ ତଳେ ନୂଆ ମାମଲା ହୋଇଛି ରୁଜୁ । ବର୍ତ୍ତମାନ ସୁଦ୍ଧା 88 ମାମଲାରେ ମିଳି ସାରିଲାଣି ବେଲ । ଅଧିକ ପଢନ୍ତୁ

ଜାମିନ ପାଇଲେ ସପା ନେତା ଆଜମ ଖାନ, ଜେଲରୁ ବାହାରିବା ରାସ୍ତା ଏବେ ବି ଅସ୍ପଷ୍ଟ
ଜାମିନ ପାଇଲେ ସପା ନେତା ଆଜମ ଖାନ, ଜେଲରୁ ବାହାରିବା ରାସ୍ତା ଏବେ ବି ଅସ୍ପଷ୍ଟ

ଲକ୍ଷ୍ନୌ:ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ମିଳିଲା ଜାମିନ । ଆଜମ ଖାନ ଆଜି ଆହ୍ଲାବାଦ ହାଇକୋର୍ଟରୁ ଜାମିନ ପାଇବାରେ ସଫଳ ହୋଇଛନ୍ତି । କିନ୍ତୁ ସେ ଜେଲରୁ ବାହାରିବା ଚିତ୍ର ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଗତ କିଛି ଦିନ ତଳେ ତାଙ୍କ ବିରୋଧରେ ନୂଆ ମାମଲା ଦାଏର ହୋଇଛି । ଯାହା ବିଚାରାଧୀନ ରହିଛି ।

ଆଜି ଏକ ମାମଲାରେ 1 ଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଜଷ୍ଟିସ ରାହୁଲ ଚତୁର୍ବେଦୀ ଆଜି ଏହି ମାମଲାର ଶୁଣାଣି କରିଥିଲେ । ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ 88 ମାମଲାରେ ଆଜମ ଖାନଙ୍କୁ ଜମିନ ମିଳିସାରିଛି ।

ଏକାଧିକ ଅପରାଧିକ ମାମଲାରେ ଜେଲରେ ଥିବା ଆଜମ ଖାନଙ୍କୁ ମୋଟ 88 ମାମଲାରେ ବେଲ ମିଳି ସାରିଥିବା ବେଳେ ପ୍ରାୟ 1 ଡଜନରୁ ଊର୍ଦ୍ଧ୍ବ ସଙ୍ଗୀନ ଅପରାଧିକ ମାମଲାରେ ତାଙ୍କୁ ବେଲ ନପ୍ରଦାନ କରିବା ନେଇ ଉତ୍ତରପ୍ରଦେଶ ସରକାର ଏକ ଆବେଦନ ମଧ୍ୟ କରିଛନ୍ତି, ଯାହା ଅଦ୍ୟାବଧି ବିଚାରାଧୀନ ରହିଛି ।

ଆଜମଙ୍କ ବିରୋଧରେ ନୂଆ ମାମଲା ଦାଏର ପରେ ପୂର୍ବ ମାମଲାରେ ବେଲ ମିଳିବା ସତ୍ତ୍ବେ ମଧ୍ୟ ଆଜମ ଖାନ ଜେଲରୁ ବାହାରିବା ପରି ଚିତ୍ର ସ୍ପଷ୍ଟ ଦେଖାଯାଉନାହିଁ । ଆଜମ ଖାନ ଦୀର୍ଘଦିନ ଧରି ଏକାଧିକ ମାମଲାରେ ଜେଲରେ ରହିଛନ୍ତି । ସେ ବର୍ତ୍ତମାନ ସୀତାପୁର ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details