ଲକ୍ଷ୍ନୌ:ଜ୍ଞାନବ୍ୟାପୀ ମସଜିଦ ମାମଲାରେ ହିନ୍ଦୁପକ୍ଷଙ୍କ ସପକ୍ଷରେ ବଡ ରାୟ ପ୍ରଦାନ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ମସଜିଦ କମ୍ପଲେକ୍ସରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାର ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ ଚ୍ୟାଲେଞ୍ଜ କରିଥିଲା ମୁସଲିମ ପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ କମିଟି । ଏହି ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ମୁସଲିମ ପକ୍ଷ କରିଥିବା ଆବେଦନକୁ ଆଜି ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ଅନୁମତି ଦେବା ପାଇଁ କରିଥିବା ଆବେଦନ ଶୁଣାଣିଯୋଗ୍ୟ ଓ ଏହାର ଶୁଣାଣି ପ୍ରକ୍ରିୟ ଜାରି ରହିବ ବୋଲି କୋର୍ଟ କହିଛନ୍ତି ।
ଭିଡିଓଗ୍ରାଫି ସର୍ଭେ ବେଳେ ମଜଜିଦ ପରିସରରେ ଏକ ବିଶାଳ ଶିବଲିଙ୍ଗ ଥିବା ଜଣାପଡିଥିଲା । ଏହି ତଥାକଥିକ ଶିବଲିଙ୍ଗର ସତ୍ୟତା ଏବେ ତଦନ୍ତ ପରିସରରେ ରହିଛି । ଏହି ଖବର ମିଳିବା ମାତ୍ରେ 5 ଜଣ ମହିଳା ହିନ୍ଦୁମାନଙ୍କୁ ମସଜିଦ କମ୍ପଲେକ୍ସରେ ପ୍ରବେଶ ଓ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ହେଲେ ଏହାକୁ ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ କମିଟି ଚ୍ଯାଲେଞ୍ଜ କରିଥିଲା । ହିନ୍ଦୁ ପକ୍ଷକୁ ପ୍ରବେଶ ଓ ପୂଜାର୍ଚ୍ଚନା ପାଇଁ ଅନୁମତି ମିଳିବା ଉପରେ ଆପତ୍ତି ଦର୍ଶାଯାଇଥିଲା । 1991 ପ୍ଲେସ ଅଫ ଓର୍ସିପ ଆକ୍ଟ (the Place of Worship Act of 1991) ଅନୁସାରେ, ହିନ୍ଦୁପକ୍ଷର ଏହି ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି ପିଟିସନରେ ଦର୍ଶାଇଥିଲା ମୁସଲିମ ପକ୍ଷ । ହେଲେ ଗତବର୍ଷ 2022 ସେପ୍ଟେମ୍ବରରେ ମୁସଲିମ ପକ୍ଷର ଏହି ଆବେଦନ ଜିଲ୍ଲା କୋର୍ଟରେ ଖାରଜ ହୋଇଥିଲା । ପରେ ସେମାନେ ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ।