ଲକ୍ଷ୍ନୌ: ଦେଶରେ ଦେଖାଯାଇଥିବା କୋରୋନା ସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ । ଦେଶରେ ଦେଖାଯାଇଥିବା ମହାମାରୀ ପରିଚାଳନାରେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର, ନିର୍ବାଚନ କମିଶନ ପ୍ରମୁଖ ଉଚିତ ପରିଚାଳନା ନିଷ୍ପତ୍ତି ନେବାରେ ବିଫଳ ହେବାରୁ ଏପରି ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଥିବା କୋର୍ଟ ତାଙ୍କ ରାୟରେ କହିଛନ୍ତି । ସେହିପରି କୋଭିଡ ସମୟରେ ନିର୍ବାଚନକୁ ଅନୁମତି ଦେବା ହିଁ ସ୍ଥିତି ଅଣାୟତ ହେବାର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।
ଆହ୍ଲାବାଦ ହାଇକୋର୍ଟ ବିସ୍ତୃତ ଭାବେ କହିଛନ୍ତି “ନିର୍ବାଚନ ଆୟୋଗ, ଉଚ୍ଚ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାର କିଛି ରାଜ୍ୟରେ ନିର୍ବାଚନକୁ ଅନୁମତି ଦେବା ଏବଂ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ଅନୁମତି ଦେବା ଭଳି ନିର୍ଣ୍ଣୟ ଦେଶରେ ମହାମାରୀ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାର ପ୍ରମୁଖ କାରଣ ।