ଓଡିଶା

odisha

ETV Bharat / bharat

ଖାଇବା ତେଲ ସମ୍ପର୍କରେ କିଛି ଜାଣିବା କଥା

ରୋଷେଇ ପାଇଁ କେଉଁ ତେଲ ଭଲ, କେଉଁ ତେଲ ସ୍ୱାସ୍ଥ୍ୟ ପାଇଁ ଭଲ, କଣ ଖରାପ, କେତେ ପରିମାଣର ତେଲ ଆମେ ଖାଇବା ଉଚିତ, ସେ ବାବଦରେ ଆମେ ଅନେକ ଥର ଆଲୋଚନା କରୁ । ବଜାରର ଅନେକ ପ୍ରକାର ଖାଇବା ତେଲ ଉପଲବ୍ଧ ହୁଏ ।

ଖାଇବା ତେଲ
ଖାଇବା ତେଲ

By

Published : Nov 3, 2020, 5:22 PM IST

ରୋଷେଇ ପାଇଁ କେଉଁ ତେଲ ଭଲ, କେଉଁ ତେଲ ସ୍ୱାସ୍ଥ୍ୟ ପାଇଁ ଭଲ, କଣ ଖରାପ, କେତେ ପରିମାଣର ତେଲ ଆମେ ଖାଇବା ଉଚିତ, ସେ ବାବଦରେ ଆମେ ଅନେକ ଥର ଆଲୋଚନା କରୁ । ବଜାରର ଅନେକ ପ୍ରକାର ଖାଇବା ତେଲ ଉପଲବ୍ଧ ହୁଏ । ଏସବୁଥିରୁ ଆମର ସ୍ୱାସ୍ଥ୍ୟ ପାଇଁ କେଉଁ ତେଲ ଭଲ,ତାହା ବାଛିବା ବେଶ୍ ଗୁୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ରନ୍ଧନ ତେଳର ଅଲଗା ଅଲଗା ଉପାଦାନ ରହିଥାଏ । ରନ୍ଧନ ତେଲ ସଂପର୍କରେ ବିସ୍ତୃତ ଜାଣିବା ପାଇଁ ଆମେ ଇନ୍ଦୋର ସ୍ଥିତ ଏମଜିଏମ୍ ମେଡିକାଲ କଲେଜ ଓ ନେହେରୁ ଶିଶୁ ହସପିଟାଲ ଏବଂ ଗବେଷଣା କେନ୍ଦ୍ରର ନ୍ୟୁଟ୍ରନିଷ୍ଟ ଡକ୍ଟର ସଂଗୀତା ମାଲୁଙ୍କ ସହ ଆଲୋଚନା କରିଥିଲୁ । ତେଲ ସଂପର୍କରେ ଆପଣ କ’ଣ ଜାଣନ୍ତି ? ଡକ୍ଟର ସଂଗୀତା ରନ୍ଧନ ତେଲ ସହ ଜଡିତ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂପର୍କରେ ଅବଗତ କରିଥିଲେ ।

ରିଫାଇନଡ ବା ଅନରିଫାଇନଡ୍ ?

  • ମଂଜିରୁ ସାଧାରଣତଃ ତେଲ ବାହାର କରାଯାଏ ।
  • ପୂର୍ବରୁ ତେଲ ଥିଲା ଅନରିଫାଇନ୍‌ଡ ବା କଚ୍ଚି ଘନି,ଯାହା କି ଅଧିକ ଦିନ ଧରି ସଂରକ୍ଷିତ ରଖାଯାଇପାରିବ ନାହିଁ ।
  • ବଜାରରେ ଆଜିକାଲି ମିଳୁଥିବା ତେଲ ରିଫାଇନ୍‌ଡ ବା ଡବଲ୍ ଫିଲଟରଡ୍ ହୋଇଥାଏ । ଏ ପ୍ରକାର ତେଲ ବେଶୀ ଦିନ ଧରି ରହିପାରେ । ସମୟ ହୋଇଗଲେ ବି ତେଲର ବାସ୍ନା ବଦଳେ ନାହିଁ ।
  • ତେଲ ରିଫାଇନିଂ ପ୍ରକ୍ରିୟାରେ ଏସିଡଫିକେସନ ହୋଇଥାଏ । ତେଣୁ ଅନରିଫାଇନଡ୍ ଖାଇବା ତେଲ ହିଁ ବ୍ୟବହାର କରିବା ଉଚିତ । ଏହା ପ୍ରାକୃତିକ ହୋଇଥାଏ । କୌଣସି କେମିକାଲ ଏଥିରେ ମିଶାଯାଇ ନ ଥାଏ । ଏହାଛଡା କମ୍ ଫିଲଟର ହୋଇଥିବା ତେଲ ବି ଆପଣ ବ୍ୟବହାର କରିପାରିବେ ।

ଅଲଗା ନା ମିଶ୍ରିତ ?

ବଜାରରେ ଅନେକ ମିଶ୍ରିତ ବା କମ୍ବିନେସନ ତେଲ ବି ମିଳେ । ପୋଷଖ ମାତ୍ରା ବଢାଇବା ପାଇଁ ଗୋଟିଏ ତେଲରେ ଆଉ ଏକ ପ୍ରକାର ତେଲ ମିଶାଯାଇଥାଏ । କିନ୍ତୁ ଏ ପ୍ରକାର ତେଲରୁ ଦୂରେଇ ରହିବା ଦରକାର । ଏସବୁ ତେଳ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ଫ୍ୟାଟି ଏସିଡ୍

  • ପ୍ରତି ତେଲରେ ବିଭିନ୍ନ ପ୍ରକାର ଫ୍ୟାଟି ଏସିଡ ଥାଏ ।
  • ଆମେ ତେଲ କଥା କହିଲେ ଏଥିରେ ମିଳେଇ ହୋଇପାରୁ ନଥିବା ଫ୍ୟାଟି ଏସିଡ ଥାଏ । ନଡିଆ ତେଲକୁ ଛାଡିଦେଲେ ସେଗୁଡିକ ଦ୍ରବୀଭୂତ ହୋଇପାରେ ନାହିଁ ।
  • ଫ୍ୟାଟି ଏସିଡ ସାଧାରଣତଃ ଦୁଇ ପ୍ରକାରର । ପରିପୂର୍ଣ୍ଣ ଓ ଅପରିପୂର୍ଣ୍ଣ ।
  • ପରିପୂର୍ଣ୍ଣ ଏସିଡକୁ ମୋନୋ-ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଓ ପଲି-ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡରେ ବିଭକ୍ତ କରାଯାଇଛି । ପଲି-ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡରେ ଓମେଗା- ୩ ଓ ଓମେଗା -୬ ଥାଏ କୌଣସି ଖାଇବା ତେଲରେ ଯଦି ଓମେଗା ଫ୍ୟାଟି ଏସିଡ୍ ଅଧିକ ଥାଏ, ତାହା ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ । କାରଣ ଏଥିରେ ଅଧିକ ପରିମାଣରେ ଆଂଟିଅକ୍ସିଡେଟିଭ ରହିଥାଏ । କୋଲେଷ୍ଟରଲ ସ୍ତର ହ୍ରାସ କରେ ଏହି ତେଲ । ଶରୀର ପାଇଁ ମାତ୍ର ୧୦ ପ୍ରତିଶତ ସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ ଦରକାର, ଯାହା କି ଦୈନନ୍ଦିନ ଖାଦ୍ୟରୁ ମିଳିଯାଏ । ଯଦି ଆମେ ଏହି ଉପାଦାନ ଥିବା ତେଲ ଅଧିକ ଖାଇବା , ତାହା ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବ । କେଉଁ ତେଲ ବ୍ୟବହାର କରିବା ?
  • ଜୀବନବ୍ୟାପୀ ବ୍ୟବହାର କରିବା ପାଇଁ କେବଳ ଗୋଟିଏ ପ୍ରକାର ତେଲ ନାହିଁ ।
  • ବହୁ ପରିମାଣରେ ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ ଥିବା ତେଲ ବ୍ୟବହାର କରିବା ଦରକାର ।
  • ସବୁ ତେଲରେ କିଛି ନା କିଛି ପୋଷକ ମୂଲ୍ୟ ଥାଏ । ଆଉ ସେଗୁଡିକ ଆମ ଶରୀର ପାଇଁ ଦରକାର ହୋଇଥାଏ ।
  • ତେଲରେ ସଲ୍ୟୁବଲ ଭିଟାମିନ ରହିଥାଏ, ଯାହା କି ଆମ ଯକୃତରେ ଜମା ହୋଇଯାଏ । ତେଣୁ ପ୍ରତି ତିନିମାସରେ ଆମେ ଖାଇବା ତେଲ ବଦଳାଇବା ଜରୁରୀ । ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ତେଲ

୧. ନଡିଆ ତେଲ –ଛୋଟ ଛୋଟ ପିଲାଙ୍କ ଲାଗି ନଡିଆ ତେଲ ହିତକର ହୋଇଥାଏ । ଏଥିରେ ମିଡିୟମ ଚେନ୍ ଟ୍ରିଗଲିସେରିଡେସ୍ (ଏମସିଟି ) ରହିଥାଏ , ଯାହା କି ହଜମ କ୍ରିୟା ପାଇଁ ଭଲ । କିନ୍ତୁ ବୟସ୍କମାନେ ଏହା ବ୍ୟବହାର କରିବା ନିଷେଧ । କାରଣ ଏଥିରେ ଅଧିକ ପରିମାଣରେ ସାଚ୍ୟୁରେଟେଡ୍ ଏସିଡ୍ ଥାଏ ।

୨. ମକା ତେଲ –ମକା ତେଲ ମକାର ଅବଶେଷରୁ ବାହାର କରାଯାଏ । ଏଥିରେ ହାଇ ସ୍ମୋକିଂ ପଏଂଟ୍ ଥାଏ , ଯାହା କି ସ୍ୱାସ୍ଥ୍ୟ ପାଇଁ ଭଲ ରହିଥାଏ । ମକା ତେଲ ହୃଦୟ ପାଇଁ ବେଶ ହିତକର ।

୩. ଅଳସୀ ତେଲ - ଅଳସୀ ମଞ୍ଜିରୁ ଏହି ତେଲ ବାହାର କରାଯାଏ । ଏହାର ଅକ୍ସିଡେସନ ରେଟ୍ ଉଚ୍ଚ ଥାଏ । ଏମୟୁଏଫଏ ଓ ଓମେଗା-୩ ଫ୍ୟାଟି ଏସିଡ ବି ବହୁ ପରିମାଣରେ ଥାଏ । ଏହା ଶରୀରର ଲୋ ଡେନସିଟି ଲିପୋପ୍ରୋଟିନ-ଏଲଡିଏଲ୍ ଓ ହାଇ ଡେନସିଟି ଲିପୋପ୍ରୋଟିନ-ଏଚଡିଏଲ୍ ହ୍ରାସ କରିଥାଏ ।

୪. ଅଲିଭ ତେଲ –ଏହି ତେଲ ଅନ୍ୟ ତେଲଠାରୁ ଟିକେ ଭିନ୍ନ । ଏହାର ବାସ୍ନା ଓ ସ୍ୱାଦ ସୋରିଷ ତେଲ ଭଳି ତୀବ୍ର । ଅଲିଭ ତେଲରେ ଓମେଗା-୬ ଫ୍ୟାଟି ଏସିଡ ବହୁ ପରିମାଣରେ ଥାଏ, ଯାହା କି ସ୍ୱାସ୍ଥ୍ୟ ପାଇଁ ଭଲ ରହେ ।

୫. ସୋରିଷ ତେଲ – ସୋରିଷ ତେଲର ବାସ୍ନା ଓ ସ୍ୱାଦ ତୀବ୍ର । ସୋରିଷ ତେଲ ଶୀତଦିନେ ହିଁ ବ୍ୟବହାର କରିବା ଉଚିତ । ଏଥିରେ ଉଚ୍ଚ ପରିମାଣର ଓମେଗା-୩ ଫ୍ୟାଟି ଏସିଡ ଥାଏ,ଯାହା କି ସ୍ୱାସ୍ଥ୍ୟ ପକ୍ଷେ ଭଲ ।

ବହୁ ପରିମାଣରେ ଅନସାଚ୍ୟୁରେଟେଡ୍ ଫ୍ୟାଟି ଏସିଡ୍ ଥିବା ଅନ୍ୟ ତେଲ ସବୁ ହେଲା – ୧. ସୋୟାବିନ ତେଲ, ୨.ସୂର୍ଯ୍ୟମୁଖୀ ତେଲ, ୩. କାନୋଲା ଅଏଲ, ୪. ବାଦାମ ତେଲ, ୫. ରାଶି ତେଲ। ଓମେଗା-୩ ଫ୍ୟାଟି ଏସିଡ ଥିବା ତେଲ କ୍ୟାନସର ସେଲ୍ ବିରୋଧରେ ସଂଗ୍ରାମ କରନ୍ତି । ଋତୁ ଅନୁସାରେ ଆପଣ ବିଭିନ୍ନ ତେଲ ବ୍ୟବହାର କରିପାରିବେ । ଶୀତ ଋତୁରେ ସୋରିଷ ବା ଅଲିଭ ତେଲ, ଗ୍ରୀଷ୍ମ ଦିନେ ମକା ଓ ସୂର୍ଯ୍ୟମୁଖୀ ତେଲ,ବର୍ଷା ଦିନେ ସୋୟାବିନ ଓ ବାଦାମ ତେଲ ବ୍ୟବହାର କରାଯାଇପାରିବ । ପ୍ରତି ତିନିମାସକୁ ଥରେ ଖାଇବା ତେଲ ବଦଳାଇବାକୁ ପଡିବ ।

ABOUT THE AUTHOR

...view details