ଓଡିଶା

odisha

ETV Bharat / bharat

Droupadi Murmu Win: ଭାରତ ରଚିଲା ଇତିହାସ, ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛାର ସୁଅ - DroupadiMurmuWin

ଭାରତୀୟ ରାଜନୀତିରେ ନୂଆ ଇତିହାସ । ରାଇସିନା ହିଲରେ ଅଧିଷ୍ଠିତ ହେବେ ଓଡିଶା ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ମହାମହିମ ହେବେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଚ୍ରପତି ନିର୍ବାଚିତ ହେବା ପରେ କଚ୍ଛରୁ କୋହିମା କାଶ୍ମୀର କନ୍ୟାକୁମାରୀ ରାଇରଙ୍ଗପୁରରୁ ରାଇସିନା ହିଲ ଯାଏଁ ଉତ୍ସବ ମୁଖର । ଅଧିକ ପଢନ୍ତୁ

DroupadiMurmuWin
DroupadiMurmuWin

By

Published : Jul 21, 2022, 9:32 PM IST

Updated : Jul 21, 2022, 10:52 PM IST

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ନୂଆ ଇତିହାସ । ରାଇସିନା ହିଲରେ ଅଧିଷ୍ଠିତ ହେବେ ଓଡିଶା ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ପଞ୍ଚଦଶ ମହାମହିମ ହେବେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଚ୍ରପତି ନିର୍ବାଚିତ ହେବା ପରେ କଚ୍ଛରୁ କୋହିମା କାଶ୍ମୀର କନ୍ୟାକୁମାରୀ ରାଇରଙ୍ଗପୁରରୁ ରାଇସିନା ହିଲ ଯାଏଁ ଉତ୍ସବ ମୁଖର । ସବୁଠି ଚାଲିଛି ବିଜୟ ଉତ୍ସବ ପାଳନ । ପାରମ୍ପରିକ ବାଦ୍ୟ, ଯନ୍ତ୍ର, ଲୋକନୃତ୍ୟ ସହ ଓଡିଶା, ଆସାମ, ଝାଡଖଣ୍ଡ, ଛତିଶଗଡି, ରାଜସ୍ଥାନୀ ଗୁଜୁରାଟି ଆଦିବାସୀ ନୃତ୍ୟ ପରିବେଶଷଣ କରୁଛନ୍ତି ।

ସେପଟେ ଦ୍ରୌପଦୀଙ୍କ ବିଜୟ ହେବାପରେ ତାଙ୍କ ନିକଟକୁ ସାରା ଦେଶରୁ ଶୁଭେଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି ଭାରତ ଆଜି ଇତିହାସ ରଚିଛି । ଦେଶବାସୀ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବେଳେ ପୂର୍ବ ଭାରତର ଏକ ଦୁର୍ଗମ ଅଞ୍ଚଳରେ ଏକ ଆଦିବାସୀ ପରିବାରରେ ଜନ୍ମିତ ଭାରତର ଜଣେ ଝିଅ ଆମର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଏହି ସଫଳତା ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ।

ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ କରି ଲେଖିଛନ୍ତି ଏକ ସାମାନ୍ୟ ଜନଜାତି ଆଜିବାସୀ ପରିବାରରୁ ଆସି ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଦେଶ ପାଇଁ ଗୌରବର ବିଷୟ । ତାଙ୍କୁ ଶୁଭେଛା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ ଅତ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ବିଜୟୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଛା । ଦ୍ରୌପଦୀ ଗାଁସ ଗରିବ ବଞ୍ଚିତ, ଲୋକଙ୍କ ପାଇଁ କାମ କରିଛନ୍ତି । ଜଣେ ସାମାନ୍ୟ ମହିଳା ଆଜି ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ଭାରତୀୟ ଲୋକତନ୍ତ୍ରର ଶକ୍ତି ବୋଲି କହିଛନ୍ତି ।

ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଟ୍ବିଟ କରି କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦ୍ରୌପଦୀଙ୍କୁ ଶୁଭେଛା ଜଣାଇ କହିଛନ୍ତି ଦ୍ରୌପଦୀ ମୁର୍ମୁ ମହିଳା ସଶକ୍ତିକରଣର ଏକ ବଡ ଉଦାହରଣ । ବିନମ୍ର ଆରମ୍ଭରୁ ଦେଶର ପ୍ରଥମ ନାଗରିକ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରେରଣାଦାୟକ । ଏହି ଯାତ୍ରା ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ । ଆଗକୁ ପୂର୍ଣ୍ଣ କାର୍ଯ୍ୟକଳା ପାଇଁ ତାଙ୍କୁ ଶୁଭକାମନା ।

ସେହିଭଳି କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ତାଙ୍କର ବିଜୟ ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ୱ, ବହୁସଂଖ୍ୟକ ଓ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା NewIndia ର ପ୍ରତିବଦ୍ଧତାକୁ ଦର୍ଶାଉଛି । ଜଣେ ଓଡ଼ିଆ ଭାବରେ, ରାଷ୍ଚ୍ରପତି ନିର୍ବାଚନରେ ଓଡ଼ିଶାର ଗୌରବ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ମୋତେ ବ୍ୟକ୍ତିଗତ ଭାବରେ ବହୁତ ଆନନ୍ଦ ଦେଇଛି । ସାଧାରଣ ପରିବାରରୁ ଆସିଥିବା ମୁର୍ମୁଙ୍କ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନର ଯାତ୍ରା ସମସ୍ତଙ୍କୁ ପ୍ରେରିତ କରିବ । ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ଆଶା, ପ୍ରତିବଦ୍ଧତା ଏବଂ ଏକ ସଶକ୍ତ ଭାରତ ଓ ସୁଦୃଢ଼ ଗଣତନ୍ତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କର ବିଜୟ, ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଜନଜାତି ସମୁଦାୟ ଏବଂ ଦେଶର ନାଗରିକଙ୍କ ବିଜୟ ।

କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ କହିଛନ୍ତି ସାରା ଦେଶ ଦେଖିଲା ନାରୀ ଙ୍କୁ ଶ୍ରେଷ୍ଠ ସମ୍ମାନ, ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ଵ ଏବଂ ଗୌରବ ଆଣିଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁ। ଦେଶର ପ୍ରଥମ ନାଗରିକ ଭାବେ ଆଦିବାସୀ ଙ୍କ ପାଇଁ ଚିର ପ୍ରେରଣା ସାଜିଥିବା ଓଡ଼ିଶା ମୟୂରଭଞ୍ଜ ମାଟିର ଝିଅ ଯାହାଙ୍କ ବ୍ୟକ୍ତିତ୍ୱର ବର୍ଣ୍ଣନା ଅକଳ୍ପନୀୟ, ତାଙ୍କୁ ହାର୍ଦିକ ଅଭିନନ୍ଦନ । ଆଜି ବିଜୟୀ ଉତ୍ସବ ର ଦିନ,ସଭି ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ ଦିନ l ଆଜି ଓଡ଼ିଆ ପୁରା ବିଶ୍ୱରେ ଗର୍ବିତ l

ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ପାଇଁ ଶୁଭେଛା ଜଣାଇଛନ୍ତି । ଦ୍ରୌପଦୀଙ୍କ ପ୍ରତିଦ୍ବନ୍ଦି ଥିବା ଯୋଶୱନ୍ତ ସିହ୍ନା ମଧ୍ୟ କହିଛନ୍ତି ବିଜୟ ପାଇଁ ମୁର୍ମୁଙ୍କୁ ଅଭିନନ୍ଦନ । ସମ୍ବିଧାନ ଅନୁସାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ସିହ୍ନା । ଏଥିସହ ସହ ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଛନ୍ତି ଦେଶର ପନ୍ଦରତମ ରାଷ୍ଚ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଛା ଅଭିନନ୍ଦନ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଶୁଭେଛା ଜଣାଇ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ପାଇଁ ଅଭିନନ୍ଦନ । ଆଶା ସମ୍ବିଧାନର ଦାୟିତ୍ବ ସଠିକ ଭାବେ ନିରପକ୍ଷେତାର ସହ ତୁଳାଇବେ ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ବିଜୟ ପାଇଁ ଅଭିନନ୍ଦନ । ଆଶା ସମ୍ବିଧାନର ଦାୟିତ୍ବ ସଠିକ ଭାବେ ନିରପକ୍ଷେତାର ସହ ତୁଳାଇବେ । ଛତିଶଗଡ ଜନତାଙ୍କୁ ପକ୍ଷରୁ ଅଭିନନ୍ଦନ ।

କଂଗ୍ରେସ ରାଜ୍ୟସଭା ସାଂସଦ ଜୟରାମ ରମେଶ ଶୁଭେଛା ଜଣାଇବା ସହ ଆଦିବାସୀଙ୍କ ସୁରକ୍ଷା ଦିଗରେ କାମ କରିବେ ।

Last Updated : Jul 21, 2022, 10:52 PM IST

For All Latest Updates

ABOUT THE AUTHOR

...view details