ଓଡିଶା

odisha

By

Published : Nov 28, 2021, 8:09 AM IST

ETV Bharat / bharat

All Party Meeting: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଆଜି ବସିବ ସର୍ବଦଳୀୟ ବୈଠକ(All-Party Meeting) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କିରବେ(PM Modi Address All-Party Meeting) । ଅଧିକ ପଢନ୍ତୁ

All-Party Meeting: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ
All-Party Meeting: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକAll-Party Meeting: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ସର୍ବଦଳୀୟ ବୈଠକ(All-Party Meeting) । ଆସନ୍ତାକାଲି(ସୋମବାର) ସଂସଦର ଶୀତକାଳୀନ ଅଧିବେଶନ(Parliament session) ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକର ଅଧ୍ୟକ୍ଷତା କିରବେ(PM Modi Address All-Party Meeting) । ଅଧିବେଶନର ଏଜେଣ୍ଡା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର ଉପରେ ଆଲୋଚନା ହେବ ।

ଅନ୍ୟପଟେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ଶୀତ ଅଧିବେଶନର ନେଇ ଆଜି ସନ୍ଧ୍ୟାରେ ଏକ ବୈଠକ ଡାକିଛନ୍ତି । ଏଥିରେ ସମସ୍ତ ରାଜ୍ୟସଭା ସାଂସଦ ଉପସ୍ଥିତ ରହିବେ । ତେବେ ଏହା ହେଉଛି 17ତମ ଲୋକସଭାର ସପ୍ତମ ଅଧିବେଶନ । ଅଧିବେଶନର ଉଦଘାଟନୀ ଦିନ ରାଜନୈତିକ ଦୃଷ୍ଟିରୁ ମହତ୍ବପୂର୍ଣ୍ଣ ରହିବ । କାରଣ ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ୍, 2021 ପ୍ରଣୟନ କରିବାକୁ ଯାଉଛନ୍ତି ସରକାର । ଆଜି ଏହି ଆଇନ ନେଇ ସାଂସଦମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିପାରନ୍ତି । ବୈଠକରେ ସମସ୍ତ ନେତାଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି ।

ପ୍ରକାଶ ଥାଉକି, ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ବିଲ୍ ଅନୁମୋଦନ ହୋଇଛି । ଆସନ୍ତାକାଲି ଶୀତ ଅଧିବେଶନରେ ଏହା ଲୋକସଭାରେ ବିଧିବଦ୍ଧ ଭାବେ ପାରିତ ହୋଇପାରେ । ତଥାପି ଏଥିରେ ସନ୍ତୁଷ୍ଟ ନାହାନ୍ତି ଆନ୍ଦୋଳନରତ ଚାଷୀ । କାରଣର ଫସଲର ସର୍ବନିମ୍ନ (MSP) ମୂଲ୍ୟ ଦାବି କରିଛନ୍ତି ଚାଷୀ । କୃଷକଙ୍କୁ ସନ୍ତୁଷ୍ଟି, ଦରବୃଦ୍ଧି ଏବଂ ମୁଦ୍ରାସ୍ପୀତି ଉପରେ ଆଜି ବୈଠକରେ ବିଶେଷ ଆଲୋଚନା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details