ଓଡିଶା

odisha

ETV Bharat / bharat

6 ପଡୋଶୀ ଭାଷାରେ ପ୍ରସାରଣ ଅବଧିକୁ ଦ୍ବିଗୁଣା କରିବ AIR - ବିଦେଶୀ ଭାଷାର ପ୍ରସାରଣ ଅବଧି ବଢାଇବ ଆକାଶବାଣି

6 ପଡୋଶୀ ଭାଷାର ପ୍ରସାରଣ ସମୟ ଅବଧିକୁ ବୃଦ୍ଧି କରିବାକୁ ଯାଉଛି ଆକାଶବାଣୀ (AIR) । ପୂର୍ବାପେକ୍ଷା ଦ୍ବିଗୁଣା ସମୟ ହେବ ପ୍ରସାରଣ । ଆସନ୍ତାକାଲି (ସୋମବାର) ଠାରୁ ହେବ ଆରମ୍ଭ । ଅଧିକ ପଢନ୍ତୁ

6 ପଡୋଶୀ ଭାଷାରେ ପ୍ରସାରଣ ଅବଧିକୁ ଦ୍ବିଗୁଣା କରିବ AIR
6 ପଡୋଶୀ ଭାଷାରେ ପ୍ରସାରଣ ଅବଧିକୁ ଦ୍ବିଗୁଣା କରିବ AIR6 ପଡୋଶୀ ଭାଷାରେ ପ୍ରସାରଣ ଅବଧିକୁ ଦ୍ବିଗୁଣା କରିବ AIR

By

Published : Jan 2, 2022, 10:56 PM IST

ନୂଆଦିଲ୍ଲୀ: ଜାନୁଆରୀ ୩ ତାରିଖ (ସୋମବାର) ଠାରୁ 6 ଟି ପଡୋଶୀ ଭାଷାର ପ୍ରସାରଣ ସମୟ ଅବଧି ବୃଦ୍ଧି କରିବ ଅଲ ଇଣ୍ଡିଆ ରେଡିଓ (AIR)। ଏହି ୬ ଭାଷା ମଧ୍ୟରେ ଡାରି, ପାସ୍ତୋ, ବାଲୁଚି, ମାଣ୍ଡାରିନ୍ ଚାଇନିଜ୍, ନେପାଳୀ ଏବଂ ତିବ୍ଦତୀୟ ଭାଷା ରହିଛି । ପୂର୍ବରୁ ଏହି ସବୁ ବିଦେଶୀ ଭାଷାରେ ଦୈନିକ ମାତ୍ର ୧.୫ ଘଣ୍ଟା ପ୍ରସାରିତ ହେଉଥିବାବେଳେ ଏବେ ଏହାକୁ ଦ୍ବିଗୁଣା ଅର୍ଥାତ ଦୈନିକ ୩ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଆକାଶବାଣୀ ।

AIR ଦ୍ବାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଏହି ୬ଟି ଭାଷାର ପ୍ରତ୍ୟେକରେ ପ୍ରସାରଣ ସମୟକୁ 1 ରୁ 1.5 ଘଣ୍ଟା ପରିବର୍ତ୍ତେ ଦିନକୁ 3 ଘଣ୍ଟା ବୃଦ୍ଧି କରାଯାଇଛି । ଅଲ ଇଣ୍ଡିଆ ରେଡିଓର ବାହ୍ୟ ସେବା ବିଭାଗ 3 ଜାନୁୟାରୀରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବ । ଏହି ୬ଟି ଭାଷାରେ ପ୍ରସାରଣ ସେବା ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ଦେଢ ଘଣ୍ଟା ପାଇଁ ଉପଲବ୍ଧ ହେବ ବୋଲି ଏକ ସରକାରୀ ଭାବେ ଘୋଷଣା କରାଯାଇଛି ।

AIR ର ବାହ୍ୟ ସେବା ବିଭାଗ ପ୍ରତ୍ୟେକ ଦିନ 17 ଟି ଭାଷାରେ ପ୍ରସାରଣ କରେ । ଏହି ଭାଷା ଗୁଡ଼ିକରେ ଫରାସୀ, ମାଣ୍ଡାରିନ୍ ଚାଇନିଜ୍, ତିବ୍ଦତୀୟ, ସିନ୍ଧି, ଇଣ୍ଡୋନେସିଆ, ନେପାଳୀ, ଉର୍ଦ୍ଦୁ, ବାଲୁଚି, ଦାରି, ପାସ୍ତୋ, ଆରବୀ, ପାର୍ସୀ, ତିବ୍ଦତୀୟ, ପଞ୍ଜାବୀ, ସାରିକି, ଏବଂ ବଙ୍ଗାଳୀ ଅନ୍ତର୍ଭୁକ୍ତ ରହିଛି । ତେବେ ପଡୋଶୀ ୬ ଭାଷାରେ ଦୈନିକ ମାତ୍ର ଦେଢଘଣ୍ଟା ପ୍ରସାରଣ ହେଉଥିବା ବେଳେ ଏହି ଅବଧିକୁ ଦୁଇ ଗୁଣା କରିବାକୁ ନିଷ୍ପତ୍ତି ହୋଇଛି ।

@ANI

ABOUT THE AUTHOR

...view details