ଲକ୍ଷ୍ନୌ:ସଂସଦ ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ ଆଗତ ହେବା ପୂର୍ବରୁ ଏହାକୁ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଜାରି ରଖିଛି ମୁସଲିମ ପର୍ସନାଲ ଲ’ ବୋର୍ଡ । ପ୍ରଧାନମନ୍ତ୍ରୀଙ୍କ ସଙ୍କେତ ପରେ ପୂର୍ବରୁ ମଧ୍ୟ ଥରେ ମୁସଲିମ ପର୍ସନାଲ ଲ’ ବୋର୍ଡ ଏକ ଜୁରରୀ ବୈଠକ ଡାକିଥିଲା । ଆଜି (ବୁଧବାର) ଭର୍ଚ୍ଚୁଆଲି ପୁଣି ଥରେ ବୋର୍ଡ ସଦସ୍ୟ ଏକାଠି ହୋଇ ଆଲୋଚନା କରିଛନ୍ତି ।
ବୋର୍ଡର ନୂତନ ଅଧ୍ୟକ୍ଷ ମୌଲାନା ଖାଲିଦ ସୈଫୁଲ୍ଲା ରହମାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତିନି ଘଣ୍ଟିଆ ବୈଠକରେ ସମସ୍ତ ସଦସ୍ୟ ଏକାଠି ହୋଇଥିଲେ । ସକାଳ 10 ରୁ ଆରମ୍ଭ ହୋଇ ଏହି ବୈଠକ ପ୍ରାୟ 3 ଘଣ୍ଟା ପରେ ଶେଷ ହୋଇଥିଲା । ବୋର୍ଡ ଏହି ଆଇନକୁ ବିରୋଧ କରିବା ନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲେ ସୁଦ୍ଧା ଆଇନଗତ ଦିଗ ଉପରେ ଆଲୋଚନା ଜାରି ରଖିଛି । ସେମାନେ ପ୍ରଥମେ ଏକ ଡ୍ରାଫ୍ଟ ବା ଚିଠା ପ୍ରସ୍ତାବ ପ୍ରସ୍ତୁତ କରି ଆଇନ କମିଶନଙ୍କ ଦ୍ବାରସ୍ଥ ହେବେ । ଏନେଇ ବୋର୍ଡ ନିଜର ଆଇନଜୀବୀ ସଦସ୍ୟଙ୍କ ପରାମର୍ଶ ନେଉଛି । ପରେ ସେମାନେ ଏହାକୁ ବିରୋଧ କରିବା ପାଇଁ ବିରୋଧୀ ରାଜନୈତିକ ଦଳଙ୍କ ସହଯୋଗ ମଧ୍ୟ ନେଇପାରନ୍ତି ।
ଏହି ବୈଠକରେ ବୋର୍ଡ ଅଧ୍ୟକ୍ଷ ମୌଲାନା ଖାଲିଦ ସୈଫୁଲ୍ଲା ରହମାନି ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ ‘‘ଆପଣ ସମସ୍ତେ ଜାଣିଥିବେ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହାର କାର୍ଯ୍ୟକାରିତା ଫଳରେ ବିଭିନ୍ନ ଧର୍ମ ଏବଂ ସଂସ୍କୃତିର ଏହି ଦେଶରେ ଧାର୍ମିକ ଏବଂ ସାଂସ୍କୃତିକ ସ୍ୱାଧୀନତା ବାଧାପ୍ରାପ୍ତ ହେବ । ତେଣୁ ଏହାକୁ ବିରୋଧ କରାଯିବାର ଆବଶ୍ୟକତା ରହିଛି ।