ଓଡିଶା

odisha

ETV Bharat / bharat

ଟୀକାକରଣ ପାଇଁ ଜଙ୍ଗଲ ରୋକିପାରିଲାନି ଜିଲ୍ଲାପାଳଙ୍କ ରାସ୍ତା - ଲୀପୁରଦ୍ବାର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀଣା

କୌଣସି ବ୍ୟକ୍ତି ଯେପରି ଟୀକାକରଣରୁ ବଞ୍ଚିତ ନହେବେ ଏହି ଅଭିଯାନର ଲକ୍ଷ୍ୟ ରହିଛି । ଆଉ ଏହି ଲକ୍ଷ୍ୟ ପୁରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ପଶ୍ଚିମବଙ୍ଗ ଅଲୀପୁରଦ୍ବାର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା । ଅଧିକ ପଢନ୍ତୁ...

ଟୀକାକରଣ ପାଇଁ ଜଙ୍ଗଲ ରୋକିପାରିଲାନି ଜିଲ୍ଲାପାଳଙ୍କ ରାସ୍ତା
ଟୀକାକରଣ ପାଇଁ ଜଙ୍ଗଲ ରୋକିପାରିଲାନି ଜିଲ୍ଲାପାଳଙ୍କ ରାସ୍ତା

By

Published : Jun 20, 2021, 10:14 PM IST

କୋଲକାତା: ମହାମାରୀ କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ବଡ ଅସ୍ତ୍ର ହେଉଛି ଟୀକାକରଣ । କୌଣସି ବ୍ୟକ୍ତି ଯେପରି ଟୀକାକରଣରୁ ବଞ୍ଚିତ ନହେବେ ଏହି ଅଭିଯାନର ଲକ୍ଷ୍ୟ ରହିଛି । ଆଉ ଏହି ଲକ୍ଷ୍ୟ ପୁରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ପଶ୍ଚିମବଙ୍ଗ ଅଲୀପୁରଦ୍ବାର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ।

ବଙ୍ଗର ଅପହଞ୍ଚ ଇଲାକା ଅଡମାରେ ଗ୍ରାମବାସୀଙ୍କ ଟୀକାକରଣ ପାଇଁ ଶନିବାର 10 କିଲୋମିଟରରୁ ଅଧିକ ବାଟ ଯାତ୍ରା କରିଛନ୍ତି ଜିଲ୍ଲାପାଳ ସୁରେନ୍ଦ୍ର କୁମାର । 10 କିଲୋମିଟରରୁ ଅଧିକ ଏହି ଯାତ୍ରା ସମୟରେ ସୁରେନ୍ଦ୍ର କୁମାର ମୀନା ଜଙ୍ଗଲ ଏବଂ ପାହାଡ ଅଞ୍ଚଳ ଦେଇ ଅତିକ୍ରମ କରିଥିଲେ।

ଏହି ଯାତ୍ରାରେ ତାଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କିଛି କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ଆଲୀପୁରଦ୍ବାର ଜିଲ୍ଲାପାଳ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଅସମ୍ଭବ ରାସ୍ତା ପାର ହୋଇ ଡାମା ଗାଁରେ 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ପାଇଁ ପହଞ୍ଚିଥିଲେ। ଏହି ଅବସରରେ ସୁରେନ୍ଦ୍ର କୁମାର ମୀଣା କହିଛନ୍ତି, ଅଡମା ମୁଖ୍ୟ ସହର ଠାରୁ ବହୁ ଦୂରରେ ଏକ ପାହାଡ ଉପରେ ଅବସ୍ଥିତ।

45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ଟିମ୍ ସହିତ ଏଠାକୁ ଆସିଥିବା କହିଛନ୍ତି ଜିଲ୍ଲାପାଳ । ଏଠାରେ ମାସ୍କ ଏବଂ ସାନିଟାଇଜର ମଧ୍ୟ ବାଣ୍ଟିଛନ୍ତି ସୁରେନ୍ଦ୍ର ।

ABOUT THE AUTHOR

...view details