ହାଇଦ୍ରାବାଦ:ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପ୍ରସ୍ତୁତ ମୋଦି ଡକ୍ୟୁମେଣ୍ଚାରୀକୁ ନେଇ ଉତ୍ତେଜନା ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବ୍ୟାପିବାରେ ଲାଗିଛି । ଆଜି ଉତ୍ତର ପ୍ରଦେଶର ଅଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ (ଏଏମ୍ୟୁ) ପରିସର କାନ୍ଥରେ ଦେଖିବାକୁ ମିଳିଛି ସରକାରଙ୍କ ଦ୍ବାରା ନିଷେଧ ଘୋଷିତ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ପୋଷ୍ଟର । ତେବେ ଏହା ଏକ ସାଧାରଣ ପେପର ପୋଷ୍ଟର ନୁହେଁ ବରଂ QR Code ଫର୍ମାଟରେ ଏହି ପୋଷ୍ଟରକୁ ଲଗାଯାଇଛି । ସ୍ମାର୍ଟ ଫୋନ ପରି କୌଣସି ଇଲୋକ୍ଟ୍ରୋନିକ୍ସ ଡିଭାଇସ ଦ୍ବାରା ଏହାକୁ ସ୍କାନ କଲେ ଡକ୍ୟୁମେଣ୍ଚାରୀର ଭିଡିଓ ଦେଖିବା ସମ୍ଭବ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏପରି ଏକାଧିକ ପୋଷ୍ଟର କ୍ୟାମ୍ପସରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।
ତେବେ ଏସମ୍ପର୍କିତ ସୂଚନା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ସେଗୁଡିକୁ ହଟାଯାଇଛି । କେଉଁ ଛାତ୍ର ଗୋଷ୍ଠୀ ଏପରି କରିଛନ୍ତି, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ମଧ୍ୟ ନାହିଁ । ତଦନ୍ତ ଜାରି ରହିଛି, ଏପରି କରିଥିବା ଛାତ୍ର କିମ୍ବା ଛାତ୍ର ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।ଯିବା ନେଇ କର୍ତ୍ତୃପକ୍ଷ କହିଛନ୍ତି । ନିକଟରେ ଏହାକୁ ପ୍ରଦର୍ଶିତ କରାଯିବା ଦାବିରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବା ସହ ଉତ୍ତେଜନା ଦେଖିବାକୁ ମିଳିଛି ।