ନୂଆଦିଲ୍ଲୀ: ସାଂସଦ ପଦରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେ ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କରହଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କ ଦଳ ଗତ ନିର୍ବାଚନ ଅପେକ୍ଷା ବେଶ୍ ଭଲ ପ୍ରଦର୍ଶନ କରି ବିରୋଧୀ ଦଳ ଭାବେ ସ୍ଥାନ ପାଇବାକୁ ଯାଉଥିବାବେଳେ ଅଖିଳେଶ ସାଂସଦ ନାଁ ବିଧାୟକ ପଦରୁ ଅଖିଳେଶ ଇସ୍ତଫା ଦେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ସେ ବିଧାୟକ ଭାବେ ପଦ ବଜାୟ ରଖିବା ନେଇ ନିଷ୍ପତ୍ତି ନେଇଥିବା ବେଳେ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।
ଏହାସହିତ ତାଙ୍କ ଦଳର ଲୋକସଭା ସାଂସଦ ଆଜମ ଖାନ ମଧ୍ୟ ରାମପୁର ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି । ତେବେ ଅଖିଳେଶ ଆଜମଗଡ ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି ।