akhilesh yadav furious over arrest of it cell chief ଲକ୍ଷ୍ନୌ:ସମାଜବାଦୀ ପାର୍ଟି ମିଡିଆ ସେଲ କାର୍ଯ୍ୟକର୍ତ୍ତା ଗିରଫ ପରେ ଲାଗୁଛି ଭୟଭୀତ ହୋଇଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ( Akhilesh on police after it cell chief arrest ) । ସପା ମିଡିଆ ସେଲ ମୁଖ୍ୟ ଗିରଫ ହେବା ପରେ ରବିବାର ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସପା ମୁ୍ଖ୍ୟ । ସେଠାରେ ସେ ଅଜବ କଥା କହିଥିଲେ । ଡିଜିପି କାର୍ଯ୍ୟାଳୟରେ ତାଙ୍କୁ ଚା ପିଇବାକୁ କୁହାଯାଇଥିଲେ । ହେଲେ ସେ ପିଇ ନଥିଲା । ଏହାକୁ ନେଇ ସେ ଦେଇଥିବା ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୋଲିସ ଉପରେ ଭରସା ନାହିଁ ଯଦି ଚା’ରେ ମୋତେ ବିଷ ମିଶାଇ ଦେଇଥିବେ ବୋଲି କହିଥିଲେ ଅଖିଳେଶ ଯାଦବ ଯାହା ସମସ୍ତଙ୍କ ଚକିତ କରିଛି ।
ଅଖିଳେଶଙ୍କୁ ଯେତେବେଳେ ଚା’ ପିଇବାକୁ କୁହାଯାଇଥିଲା ସେ କହିଥିଲେ, ପୋଲିସକୁ ବିଶ୍ବାସ ନାହିଁ । କିଏ ଜାଣେ ସେମାନେ ଚା'ରେ ବିଷ ମିଶାଇ ଥାଇପାରନ୍ତି । ଦରକାର ହେଲେ ଆମେ ବାହାରୁ ଚା’ ଆଣି ପିଇବୁ ପୋଲିସଙ୍କ ପ୍ଲାଷ୍ଟିକ କପ ନେବୁ ହେଲେ ଏଠୁ ଚା’ ପିଇବୁ ନାହିଁ । ଆପଣଙ୍କ ଉପରେ ମୋର ବିଶ୍ବାସ ନାହିଁ । '' ପୋଲିସକୁ ନେଇ ଏପରି କହିବା ପରେ ଚା’ ପିଇନଥିଲେ ଅଖିଳେଶ ।
ସପା ମିଡିଆ ସେଲ ମୁଖ୍ୟ ମନୀଷ ଜଗନ ଅଗ୍ରୱାଲଙ୍କ ଗିରଫଦାରୀ ଓ ଲକ୍ଷ୍ନୌ ପୋଲିସର କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ ଅଖିଳେଶ ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ପୋଲିସ ସହ ତାଙ୍କର କଥା କଟାକଟି ହୋଇଥିଲା । ସେହି ସମୟରେ ପୋଲିସ ପକ୍ଷରୁ ତାଙ୍କୁ ଚା’ ଯଚା ଯାଇଥିଲା ମାତ୍ର ସେ ଚା’ ନ ପିଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ।
ଏହା ବି ପଢନ୍ତୁ...ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ଗିରଫ, ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଲେ ଅଖିଳେଶ
ପ୍ରକାଶ ଥାଉ କି, ଗତକାଲି (ରବିବାର) ଟ୍ବିଟରରେ ଅଶ୍ଳୀଳ ଭାଷା ବ୍ୟବହାର ଓ ଧମକପୂର୍ଣ୍ଣ ଟ୍ବିଟ କରିବା ଅଭିଯୋଗରେ ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ମନୀଷ ଜଗନ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଥିଲା । ଟ୍ବିଟରରେ ଲୋକଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ନେଇ ହଜରତଗଞ୍ଜ ପୋଲିସ ଷ୍ଟେସନରେ ମନୀଷ ଜଗନ ଅଗ୍ରୱାଲଙ୍କ ବିରୋଧରେ ଏକାଧିକ ଏତଲା ଦାଖଲ ହୋଇଥିଲା । ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଲକ୍ଷ୍ନୌ ପୋଲିସ । ଉକ୍ତ ଟ୍ବିଟର ହ୍ୟାଣ୍ଡେଲରେ ନିୟମିତ ଏପରି କିଛି ଆପତ୍ତିଜନକ ପୋଷ୍ଟ କରାଯାଉଥିବା ନେଇ 3ଟି ଲିଖିତ ଅଭିଯୋଗ ହେବା ପରେ ସପା ସେଲ ସଞ୍ଚାଳକଙ୍କୁ ଗିରଫ କରିଥିଲା । ଏହା ପରେ ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସପା ମୁଖ୍ୟ ।