ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବଡ ଘୋଷଣା । ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି । ଏଥିସହ କୃଷକଙ୍କୁ ମଧ୍ୟ ଜଳସେଚନ ପାଇଁ ନିଶୁଃଳ୍କ ବିଜୁଳି ପ୍ରଦାନ କରାଯିବ । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଆସୁଥିବାବେଳେ ଭୋଟରଙ୍କୁ ମନାଇବାକୁ ଏହି ଘୋଷଣା କରିଛନ୍ତି ଅଖିଳେଶ ।
ଦିନ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନୀ ନଦୀ ପାର୍ କରିବାକୁ ପ୍ରସ୍ତୁତି ଜୋରଦାର କରୁଛନ୍ତି ରାଜନୈତିକ ଦଳ । ଭୋଟ ହାତେଇବା ପାଇଁ ଚାଲିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତି । ଏବେଠୁ ହେଭିୱେଟ୍ ନେତାମାନେ ବାରମ୍ବାର ଉତ୍ତରପ୍ରଦେଶ ଦୌଡୁଥିବାବେଳେ ପୁଣି କ୍ଷମତାକୁ ଆସିବାକୁ କସରତ୍ ଚଲାଇଛି ସମାଜବାଦୀ ପାର୍ଟି । ନୂଆବର୍ଷ ଅବସରରେ ଅଖିଳେଶ ନିଜ ବାସଭବନରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ୨୦୨୨ରେ ଉତ୍ତରପ୍ରଦେଶ ନୂଆ ଆଲୋକରେ ଆଲୋକିତ ହେବ । ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ଏବଂ କୃଷକଙ୍କୁ ଜଳସେଚନ ପାଇଁ ବିଦ୍ୟୁତ୍ ସମ୍ପୂର୍ଣ୍ଣ ମାଗଣା ମିଳିବ ।