ଓଡିଶା

odisha

By

Published : Oct 15, 2022, 4:11 PM IST

ETV Bharat / bharat

ମଝି ଆକାଶରେ ବିମାନରେ ମାଡ ହେଲା ପକ୍ଷୀ, ଏୟାରପୋର୍ଟକୁ ଫେରିଲା ଆକାଶ ଏୟାର

ମୁମ୍ବାଇରୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଆକାଶ ଏୟାର ବିମାନରେ ମାଡ ହେଲା ପକ୍ଷୀ, ମୁମ୍ବାଇ ଏୟାର ପୋର୍ଟକୁ ସୁରକ୍ଷିତ ଭାବେ ଫେରିଥିଲା ବିମାନ । ଅଧିକ ପଢନ୍ତୁ

ମଝି ଆକାଶରେ ବିମାନରେ ମାଡ ହେଲା ପକ୍ଷୀ
ମଝି ଆକାଶରେ ବିମାନରେ ମାଡ ହେଲା ପକ୍ଷୀ

ମୁମ୍ବାଇ: ମଝି ଆକାଶରେ ଉଡୁଥିବା ବେଳେ ବିମାନରେ ମାଡ ହେଲା ପକ୍ଷୀ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରିବର୍ତ୍ତେ ଏୟାରପୋର୍ଟକୁ ଫେରିଲା ବିମାନ । ଆଜି (ଶନିବାର) ମୁମ୍ବାଇରୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଆକାଶ ଏୟାର ବିମାନରେ ପକ୍ଷୀ ମାଡ ହେବାରୁ ବେଙ୍ଗାଲୁରୁ ଯିବା ପରିବର୍ତ୍ତେ ମୁମ୍ବାଇ ଏୟାର ପୋର୍ଟକୁ ସୁରକ୍ଷିତ ଭାବେ ଫେରିଥିଲା ବିମାନ (Akasa Air flight suffers bird hit ) । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।

ଏହା ମଧ୍ୟ ପଢନ୍ତୁ-ସୋପିଆନରେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କଲେ ଆତଙ୍କବାଦୀ

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ମୁମ୍ବାଇ ଏୟାରପୋର୍ଟରୁ ଆକାଶ ଏୟାର QP-1103 ବିମାନ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ତେବେ ଉଡାଣର କିଛି ସମୟ ପରେ ମଝି ଆକାଶରେ ବିମାନରେ ଏକ ପକ୍ଷୀ ମାଡ ହୋଇଥିଲା । ଏହା ଜାଣିପାରି କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ବିମାନ ଚାଳକ ବେଙ୍ଗାଲୁରୁ ନଯାଇ ପୁଣି ମୁମ୍ବାଇ ଏୟାରପୋର୍ଟକୁ ଫେରି ଆସିଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ABOUT THE AUTHOR

...view details