ଜୟପୁର: ଇଂଲଣ୍ଡରେ ସମୁଦ୍ରରେ ବୁଡି ଜଣେ ଭାରତୀୟ ଛାତ୍ର ନିଖୋଜ ଅଛନ୍ତି । ଗୋଟିଏ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନି । ଏହି ଛାତ୍ରଙ୍କ ଘର ରାଜସ୍ଥାନ ଆଜମେରର ହୋଇଥିବା ଜଣାପଡିଛି । ତାଙ୍କର ନାମ ସୁଜଲ ସାହୁ । ସେ ଇଂଲଣ୍ଡରରେ ରହି ଇଞ୍ଜିନିୟରିଂ କରୁଥିଲେ । ସୁଜଲ ନିଜ ସାଙ୍ଗମାନଙ୍କ ସହ ମିଶି କ୍ଲାକଟନ ପିଅର ଏସେକ୍ସ ବେଳାଭୂମି(Clacton Pier Essex Beach)କୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଏକ ବଡ ଲହରୀ ଆସି ସେମାନଙ୍କୁ ଭସାଇ ନେଇଥିଲା । ତାଙ୍କର ୫ ଜଣ ସାଙ୍ଗଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ସୁଜଲ ନିଖୋଜ ହୋଇଯାଇଥିଲେ ।
ଇଂଲଣ୍ଡରେ ସମୁଦ୍ରରେ ବୁଡି ଭାରତୀୟ ଛାତ୍ର ନିଖୋଜ - ଇଂଲଣ୍ଡରେ ସମୁଦ୍ରରେ ବୁଡି ଭାରତୀୟ ଛାତ୍ର ନିଖୋଜ
ଇଂଲଣ୍ଡରେ ସମୁଦ୍ରରେ ବୁଡି ଭାରତୀୟ ଛାତ୍ର ନିଖୋଜ । ଛାତ୍ରଙ୍କ ଘର ରାଜସ୍ଥାନ ଆଜମେରରେ । ଇଂଲଣ୍ଡରେ ରହି ସେ ଇଞ୍ଜିନିୟରିଂ କରୁଥିଲେ । ଅଧିକ ପଢନ୍ତୁ
ଆଜମେର ହନୁମାନ ନଗର ନିବାସୀ ସୁଜଲଙ୍କ ବାପା ଭଗବାନ ଦାସ ସାହୁ ପୁଅକୁ ଫେରାଇ ଆଣିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଗୁହାରି କରିଛନ୍ତି । ସେ କହିଛନ୍ତି, ''ପୁଅ ସୁଜଲ ଇଂଲଣ୍ଡରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରୁଥିଲେ । ଗତ ୧୯ ତାରିଖରେ ସେ ୫ ଜଣ ସାଙ୍ଗଙ୍କ ସହ କ୍ଲାକଟନ ପିଅର ଏସେକ୍ସ ବେଳାଭୂମିକୁ ଯାଇଥିଲେ । ଏହି ସମୟରେ ଅଚାନକ ଝଡ ତୋଫାନ ଆସିବା ଯୋଗୁଁ ସମୁଦ୍ରରୁ ଉଚ୍ଚ ଲହରୀ ଉଠିଥିଲା । ଏଥିରେ ୬ ଜଣ ଯାକ ବୁଡି ଯାଇଥିଲେ । ୫ ଜଣ ସାଙ୍ଗକୁ ଉଦ୍ଧାର କରାଯାଇଥିଲା ମାତ୍ର ସୁଜଲ ନିଖୋଜ ରହିଥିଲେ । ସ୍ଥାନୀୟ ପୋଲିସ ଓ ସାଙ୍ଗମାନେ ତାଙ୍କୁ ଖୋଜିବାକୁ ଖୁବ୍ ପ୍ରୟାସ କରିଥିଲେ । ହେଲେ କୌଣସି ସୂଚନା ମିଳିନଥିଲା । ସୁଜଲଙ୍କ ଜଣେ ସାଙ୍ଗ ଫୋନ ଯୋଗେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ ।''
ସୁଜଲଙ୍କ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଇଂଲଣ୍ଡ ଯିବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କୁ ତୁରନ୍ତ ଭିସା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଏହାସହିତ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପୁଅକୁ ଖୋଜାଖୋଜି କରିବା ପାଇଁ ପଦକ୍ଷେପ ନିଆଯାଇବାକୁ ସେ ଗୁହାରି କରିଛନ୍ତି ।