ଓଡିଶା

odisha

ETV Bharat / bharat

Maharashtra politics:‘ ଆମ ସହ ପୁରା NCP ରହିଛି, ଦଳର ନାମ ଓ ଚିହ୍ନ ଆମର ’ - ମହାରାଷ୍ଟ୍ର ନୂତନ ଉପମୁଖ୍ୟମନ୍ତ୍ରୀ

ଆମ ସହ ପୁରା ଏନସିପି ରହିଛି, ଦଳର ନାମ ଓ ଚିହ୍ନ ଆମର । ଏନସିପି ବ୍ୟାନରରେ ଆଗାମୀ ସମସ୍ତ ନିର୍ବାଚନ ଲଢିବୁ । ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଆଗକୁ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି କହିଲେ ଅଜିତ । ଅଧିକ ପଢନ୍ତୁ

ଆମ ସହ ପୁରା ଏନସିପି ରହିଛି, ଦଳର ନାମ ଓ ଚିହ୍ନ ଆମର କହିଲେ ଅଜିତ
ଆମ ସହ ପୁରା ଏନସିପି ରହିଛି, ଦଳର ନାମ ଓ ଚିହ୍ନ ଆମର କହିଲେ ଅଜିତ

By

Published : Jul 2, 2023, 5:15 PM IST

ମୁମ୍ବାଇ:ମହାରାଷ୍ଟ୍ରରେ ପୁଣି ଆରମ୍ଭ ହୋଇଛି ହାଇଭୋଟଲେଜ ରାଜନୈତିକ ଡ୍ରାମା । ନାଟକୀୟ ଢଙ୍ଗରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଅଜିତ ପାଓ୍ବାର । ତାଙ୍କ ସହ ଅନ୍ୟ କିଛି ବିଧାୟକ ମଧ୍ୟ ଅଛନ୍ତି । ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ପୃଥକ ହୋଇନାହାନ୍ତି, ବରଂ ସେମାନେ ହିିଁ ଏନସିପି । ଅନ୍ୟ କିଛି ନେତା ମଧ୍ୟ ଯୋଗାଯୋଗରେ ଅଛନ୍ତି । ପୁରା ଏନସିପି ମହାରାଷ୍ଟ୍ରରେ ଏନଡିଏ ମେଣ୍ଟ ସହ ରହିଛି । ଦଳର ନାମ ଓ ଚିହ୍ନ ଆମର । ଏନସିପି ଦଳୀୟ ନାମ ଓ ଚିହ୍ନରେ ଆଗାମି ସମସ୍ତ ନିର୍ବାଚନ ଲଢିବୁ ବୋଲି କହିଛନ୍ତି ଅଜିତ ।

ସେହିପରି ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ନିଷ୍ପତ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ଗତ 9 ବର୍ଷ ଧରି କେନ୍ଦ୍ରରେ ଶାସନରେ ଥିବା ମୋଦି ସରକାର ଦେଶକୁ ପ୍ରଗତି ପଥରେ ଆଗେଇ ନେଉଛି । ରାଜ୍ୟରେ ବିକାଶ ଗୁରୁତ୍ବପୂର୍ଣ୍ଣ, ତେଣୁ ସେମାନେ ଶାସକ ମେଣ୍ଟରେ ସାମିଲ ହେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେ ଏନସିପି ବ୍ୟାନର ଓ ଚିହ୍ନରେ ଆଗାମୀ ସମସ୍ତ ନିର୍ବାଚନ ମଧ୍ୟ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ତାଙ୍କର ଏନ୍‌ଡିଏ ମେଣ୍ଟରେ ମିଶିବା ନେଇ ବହୁ ପୂର୍ବରୁ ଆଲୋଚନା ଜାରି ରହିଥିଲା । ଦେଶ ଓ ମହାରାଷ୍ଟ୍ରରେ ଯାହା ଜାରି ରହିଛି, ଏହି ପରିସ୍ଥିତିରେ କେବଳ ବିକାଶକୁ ହିଁ ପ୍ରାଥମିକତା ମିଳିବା ଉଚିତ ବୋଲି ସେ ଅନୁଭବ କଲେ । ସେଥିପାଇଁ ସେ ଶାସକ ମେଣ୍ଟରେ ସାମିଲ ହେଉଛନ୍ତି । କେହି କିଛି ବି ସମାଲୋଚନା କରୁ ସେ କୌଣସି ପ୍ରକାର ବ୍ୟତିବ୍ୟସ୍ତ ନୁହନ୍ତି ବୋଲି ମଧ୍ୟ ଅଜିତ କହିଛନ୍ତି ।

ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ଭାବେ ଶପଥ ନେଇଥିବା ଛଗନ ଭୁଜବଳ କହିଛନ୍ତି, ମୋଦି ପୁଣି ଥରେ ଦେଶରେ କ୍ଷମତା ବଜାୟ ରଖିବାକୁ ଯାଉଥିବା ତାଙ୍କୁ ଶରଦ ସାହାବ କହିଥିଲେ । ତେଣୁ ସେମାନେ ବିକାଶ ସହ ରହିବା ନେଇ ନିଷ୍ପତ୍ତି ନେଲେ । ନାଗାଲାଣ୍ଡରେ 7 ଜଣ ଏନସିପି ବିଧାୟକ ବିଜେପି ସହ ଶାସକ ମେଣ୍ଟରେ ସାମିଲ ହେବାକୁ ମଧ୍ୟ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ଅଜିତ ପ୍ରୟାସ କରିଛନ୍ତି । ଅଜିତଙ୍କ ଏପରି ଆଭିମୁଖ୍ୟ ପରେ ଏବେ ଶରଦ ପାଓ୍ବାରଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି । ଅଜିତଙ୍କ ସମର୍ଥିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଶରଦ ପାଓ୍ବାର କୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details