ଓଡିଶା

odisha

ETV Bharat / bharat

Maharashtra Politics: ଶପଥ ଗ୍ରହଣ ପରେ ଟ୍ବିଟର ବାୟୋ ବଦଳାଇଲେ ଅଜିତ, ଲେଖିଲେ ଉପମୁଖ୍ୟମନ୍ତ୍ରୀ

ଶପଥ ଗ୍ରହଣର ତୁରନ୍ତ ପରେ ଟ୍ବିଟର ବାୟୋ ବଦଳାଇଲେ ଅଜିତ, ଲେଖିଲେ ଉପମୁଖ୍ୟମନ୍ତ୍ରୀ ଓ ପୂର୍ବତନ ବିରୋଧୀ ଦଳ ନେତା । ନିଜ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ଦର୍ଶାଇବାକୁ ଉଦ୍ଯମ । ଅଧିକ ପଢନ୍ତୁ

Maharashtra politics: ଶପଥ ଗ୍ରହଣ ପରେ ଟ୍ବିଟର ବାୟୋ ବଦଳାଇଲେ ଅଜିତ, ଲେଖିଲେ ଉପମୁଖ୍ୟମନ୍ତ୍ରୀ
Maharashtra politics: ଶପଥ ଗ୍ରହଣ ପରେ ଟ୍ବିଟର ବାୟୋ ବଦଳାଇଲେ ଅଜିତ, ଲେଖିଲେ ଉପମୁଖ୍ୟମନ୍ତ୍ରୀ

By

Published : Jul 2, 2023, 5:18 PM IST

ମୁମ୍ବାଇ:ନାଟକୀୟ ଢଙ୍ଗରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ମାତ୍ର କିଛି ସମୟ ମଧ୍ୟରେ ନିଜ ଟ୍ବିଟର ବାୟୋରେ ପରିବର୍ତ୍ତନ କରିଛନ୍ତି ଅଜିତ ପାଓ୍ବାର । ଅଜିତ ତାଙ୍କ ବାୟୋରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଲେଖିଥିବା ବେଳେ ବାରାମତିରୁ ବିଧାୟକ ଓ ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ଭାବେ ନିଜକୁ ଉଲ୍ଲେଖ କରିଛନ୍ତି । ସେହିପରି ସେ ଏନସିପି ନେତା ବୋଲି ମଧ୍ୟ ବାୟୋର ଉଲ୍ଲେଖ କରିବା ଜାରି ରଖିଛନ୍ତି । ତେଣୁ ଏହି ବାୟୋରୁ ହିଁ ସ୍ପଷ୍ଟ ହୋଇଛି ଯେ, ସେ ଏନସିପିରୁ ଇସ୍ତଫା ଦେଇନାହାନ୍ତି । ସେ ନିଜକୁ ଓ ନିଜ ସମର୍ଥିତ ଗୋଷ୍ଠୀଙ୍କୁ ଏନସିପି ବୋଲି ମଧ୍ୟ ଦର୍ଶାଇବାକୁ ଚାହିଁଛନ୍ତି ।

ସେ ଏନଡିଏରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିସାରିଥିଲେ ସୁଦ୍ଧା ଇସ୍ତଫା ଦେଇଥିବା ନେଇ କୌଣସି ସ୍ପଷ୍ଟୀକରଣ ରଖିନଥିଲେ । ତାଙ୍କ ଗୋଷ୍ଠୀ ଏନସିପି ଦଳ ଭାବେ ଏନଡିଏ ମେଣ୍ଟରେ ମିଶିଥିବା ଦାବି କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ହୁଏତ ସତ୍ଯ ପ୍ରମାଣିତ ହେବାକୁ ଯାଉଛି । ଅଜିତ ଓ ତାଙ୍କ ସମର୍ଥିତ ବିଧାୟକ ଗୋଷ୍ଠୀ ନିଜକୁ ମୁଖ୍ୟ ଏନସିପି ଦଳ ଭାବେ ଦାବି କରିପାରନ୍ତି । ହେଲେ ଏହି ପ୍ରସଙ୍ଗରେ ପାର୍ଟି ମୁଖ୍ୟ ଶରଦ ପାଓ୍ବାରଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ । ଦଳର କାର୍ଯ୍ୟକାରୀ ସଭାପତି ସାଂସଦ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ଅଜିତଙ୍କ ଏପରି ସଙ୍କେତ ମିଳିବା ପରେ ଏନସିପି ମଧ୍ୟ ଶିବସେନା ପରି ସ୍ଥିତି ସାମ୍ନା କରିପାରେ ବୋଲି କହିବା ଭୁଲ ହେବ ନାହିଁ । ତେଣୁ ମୁଖ୍ୟ ଏନସିପି କିଏ, ଅଜିତଙ୍କ ବିଦ୍ରୋହୀ ଗୋଷ୍ଠୀ ନା, ଶରଦଙ୍କ ଗୋଷ୍ଠୀ ସେନେଇ ମାମଲା କୋର୍ଟରେ ମଧ୍ୟ ପହଞ୍ଚିପାରେ ।

ଆଜି ଅପରାହ୍ନରେ ଅତି ନାଟକୀୟ ଭାବେ ମହାରାଷ୍ଟ୍ରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନସିପି ନେତା ଅଜିତ ପାଓ୍ବାର । ଆଜି ଏନସିପି ନେତା ଅଜିତ ତାଙ୍କ ସମର୍ଥକ ବିଧାୟକ ଗୋଷ୍ଠୀ ସହ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜ୍ୟପାଳ ରମେଶ ବୈଶ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Maharashtra: ଅଜିତ ପାଓ୍ବର ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ, NDA ରେ ସାମିଲ ହୋଇ ନେଲେ ଶପଥ

ଅଜିତ ପାୱାରଙ୍କ ସହ ଏନସିପିର ଅନ୍ୟତନ ବରିଷ୍ଠ ନେତା ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା ଦୁଇରେ ପହଞ୍ଚିଛି । ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମଳିଥିବା ବେଳେ ତାଙ୍କ ଗୋଷ୍ଠୀର 9 ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details