ଓଡିଶା

odisha

ETV Bharat / bharat

AAP ଛାଡି BJPରେ ମିଶିଲେ ଅଜୟ କୋଠିୟାଲ - ଆପ୍ ହାତ ଛାଡି ବିଜେପିରେ ମିଶିଲେ ଅଜୟ କୋଠିୟାଲ

ପଞ୍ଜାବ ଓ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମି ପାର୍ଟିକୁ ଉତ୍ତରାଖଣ୍ଡରୁ ଜୋରଦାର ଝଟକା ଲାଗିଛି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଥିବା ଅଜୟ କୋଠିୟାଲ ଆପ୍ ହାତ ଛାଡି ବିଜେପିରେ ମିଶିଛନ୍ତି । ଅଧିକ ପଢନ୍ତୁ

AAP ଛାଡି BJPରେ ମିଶିଲେ ଅଜୟ କୋଠିୟାଲ
AAP ଛାଡି BJPରେ ମିଶିଲେ ଅଜୟ କୋଠିୟାଲ

By

Published : May 25, 2022, 10:23 AM IST

ଡେରାଡୁନ:ପଞ୍ଜାବ ଓ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମି ପାର୍ଟିକୁ ଉତ୍ତରାଖଣ୍ଡରୁ ଜୋରଦାର ଝଟକା ଲାଗିଛି । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଥିବା ଅଜୟ କୋଠିୟାଲ ଆପ୍ ହାତ ଛାଡି ବିଜେପିରେ ମିଶିଛନ୍ତି । ଗତ ମଇ 18 ତାରିଖରେ ସେ ଆମ ଆଦମି ପାର୍ଟିରୁ ଇସ୍ତଫା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସାଜିଥିବା ଅଜୟ କୋଠିୟାଲ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଅଜୟ । ପୂର୍ବତନ ସେନା ଅଧିକାରୀ ତଥା ବରିଷ୍ଠ ନେତା ଆପରୁ ଇସ୍ତଫା ଦେବା ନେଇ ଟ୍ବିଟରେ ପୋଷ୍ଟ କରିଥିଲେ । ଏପ୍ରିଲ 19 , 2021ରେ ସେ ଆପ ଦଳରେ ସାମିଲ ହୋଇଥିଲେ । ମଇ 18, 2022ରେ ଦଳ ଛାଡିଥିଲେ । ପାଖାପାଖି 13 ମାସ ଧରି ଦଳରେ ରହିଥିଲେ ।

ଏହା ବି ପଢନ୍ତୁ... ମୁଖ୍ୟମନ୍ତ୍ରୀ ଚେହେରା ଥିଲେ, ହେଲେ AAPକୁ ଅଲବିଦା କହିଲେ ଅଜୟ

ପ୍ରକାଶ ଥାଉ କି, ଅଜୟ କୋଠିୟାଲ ବିଧାନସଭା ନିର୍ବାଚନରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢି ହାରିଥିଲେ । ସେଠାରୁ ଭାଜପାର ସୁରେଶ ଚୌହାନ ଜିତିଥିଲେ । ଅଜୟଙ୍କୁ ମାତ୍ର 5 ହଜାର ଭୋଟ ମିଳିଥିଲା । ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ରହିଛନ୍ତି ଅଜୟ । 26 ବର୍ଷ ଦେଶ ସେବାରେ ବିତାଇଛନ୍ତି । ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ ବିଜେପି ସର୍ବାଧିକ 47 ଆସନ ଅକ୍ତିଆର କରି ସରକାର ଗଠନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details