ଓଡିଶା

odisha

By

Published : Nov 22, 2021, 2:43 PM IST

ETV Bharat / bharat

୨୫% ବଢିଲା Airtel Prepaid Recharge Plan, 26ରୁ ନୂଆ ଦର ଲାଗୁ

ଟେଲିକମ ସଂସ୍ଥା ଭାରତୀ ଏୟାରଟେଲ (Airtel)ର ନୂଆ ପଦକ୍ଷେପ । ରିଚାର୍ଜ ପ୍ଲାନ ବଢାଇଛି ଏୟାରଟେଲ। ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ୨୫ ପ୍ରତିଶତ ବୃଦ୍ଧି କରିଛି Airtel । ଅଧିକ ପଢନ୍ତୁ

୨୫% ବଢିଲା ଏୟାରଟେଲ୍ ପ୍ରିପେଡ୍ ରିଚାର୍ଜ ପ୍ଲାନ
୨୫% ବଢିଲା ଏୟାରଟେଲ୍ ପ୍ରିପେଡ୍ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ:ଟେଲିକମ ସଂସ୍ଥା ଭାରତୀ ଏୟାରଟେଲର ନୂଆ ପଦକ୍ଷେପ । ରିଚାର୍ଜ ପ୍ଲାନ ବଢାଇଛି ଏୟାରଟେଲ । ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ୨୫ ପ୍ରତିଶତ ବୃଦ୍ଧି କରିଛି Airtel । ଆସନ୍ତା ନଭେମ୍ବର ୨୬ରୁ Base Tariff Plan ପ୍ରଯୁଜ୍ୟ ହେବ ।

Airtel କହିଛି ମୋବାଇଲ୍ ARUP(Average Revenue Per User) ହାରାହାରି ରାଜସ୍ବ ପ୍ରତି ଉପଭୋକ୍ତା 200 ଟଙ୍କାରୁ 300 ଟଙ୍କା ହେବା ଉଚିତ । କମ୍ପାନୀ ଆହୁରି କହିଛି ଯେ ଏହି ARPU ପୁଞ୍ଜି ଉପରେ ଏକ ଯୁକ୍ତିଯୁକ୍ତ ରିଟର୍ଣ୍ଣ ପ୍ରଦାନ କରିବ ଏବଂ ଏକ ବ୍ୟବସାୟ ମଡେଲ ହେବ । ଫଳସୂରୁପ, ଯୋଜନା ଗୁଡିକ ବର୍ତ୍ତମାନ 25% ବ୍ୟୟବହୁଳ ହୋଇଛି । ବଢିଥିବା ନୂଆ ଟଙ୍କା ନଭେମ୍ବର ୨୬ରୁ ଲାଗୁ ହେବ ।

ବର୍ତ୍ତମାନ ଏୟାରଟେଲର ସବୁଠାରୁ ଶସ୍ତା ଯୋଜନା ରହିଛି ୭୯ ଟଙ୍କା । ଯାହାର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ବର୍ତ୍ତମାନ ଗ୍ରାହକ ଏହାକୁ ୯୯ ଟଙ୍କାରେ ପାଇବେ । ଏହା କେବଳ ଗୋଟିଏ ରିଚାର୍ଜ ପ୍ଲାନ ନୁହେଁ ଯାହା ବଢିଛି କମ୍ପାନୀ ପ୍ରାୟ ସମସ୍ତ ଅସୀମିତ ରିଚାର୍ଜ ପ୍ୟାକର ମୂଲ୍ୟ ବୃଦ୍ଧି କରିଛି ।

ନୂଆ ରିଚାର୍ଜ ପ୍ଲାନ ଉପରେ ନଜର ପକାନ୍ତୁ

ଏହି ଯୋଜନାଗୁଡିକ ବ୍ୟତୀତ, ଏୟାରଟେଲ୍ ଡାଟା ଟପ୍ ଅପ୍ ପ୍ଲାନର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି କମ୍ପାନୀ । ନଭେମ୍ବର ୨୬ରୁ 3GB ଡାଟା ଟପ୍ ଅପ୍ ପାଇଁ ଉପଭୋକ୍ତାଙ୍କୁ ୪୮ ବଦଳରେ ୫୮ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୫୦ଜିବି ଡାଟା ଟପ୍ ଅପ ପାଇଁ ୨୫୧ ପରିବର୍ତ୍ତେ ୩୦୧ ଟଙ୍କା ରିଚାର୍ଜ କରିବାକୁ ପଡିବ ।

ନଜର ପକାନ୍ତୁ ନୂତନ ଡାଟା ଟପ୍ ଅପ୍ ପ୍ଲାନ ଉପରେ

୨୫% ବଢିଲା ଏୟାରଟେଲ୍ ପ୍ରିପେଡ୍ ରିଚାର୍ଜ ପ୍ଲାନ
୨୫% ବଢିଲା ଏୟାରଟେଲ୍ ପ୍ରିପେଡ୍ ରିଚାର୍ଜ ପ୍ଲାନ

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details