ପାଟନା: ପାଇଲଟଙ୍କୁ ଗୁଳି କରି ହତ୍ୟା । ବିହାରର ପାଟନାରୁ ଏପରି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି । ପାଇଲଟଙ୍କ ବାସଭବନ ସମ୍ମୁଖରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ପାଇଲଟ ଜଣଙ୍କ ରୂପେଶ କୁମାର ସିଂ ବୋଲି ଜଣାପଡିଛି । ସେ ପାଟନା ବିମାନ ବନ୍ଦରରେ ନିୟୋଜିତ ଥିଲେ ।
ତେବେ ପାଇଲଟଙ୍କ ମୃତ୍ୟୁରେ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ସେ ଜଣେ ସ୍ନେହୀ ଓ ପରୋପକାରୀ ଲୋକ ଥିଲେ । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦେବାକୁ ପ୍ରାର୍ଥନା କରିଛନ୍ତି ତେଜସ୍ବୀ । ଏହାର 10 ଘଣ୍ଟା ପରେ ସେ ଟ୍ବିଟ କରି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛନ୍ତି ତେଜସ୍ବୀ ଯାଦବ ।