ଓଡିଶା

odisha

ETV Bharat / bharat

ମହାଶିବରାତ୍ରୀରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ୧୨ ଚିତା - ଭାରତରେ ପହଞ୍ଚିଲେ ୧୨ ଆଫ୍ରିକୀୟ ଚିତା

ମହାଶିବରାତ୍ରୀ ଅବସରରେ ଦକ୍ଷିଣ ଆଫ୍ରିକାରୁ ଭାରତରେ ପହଞ୍ଚିଲେ ୧୨ ଚିତାବାଘ । ଆଜି ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ୧୨ ଚିତା
ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ୧୨ ଚିତା

By

Published : Feb 18, 2023, 11:07 AM IST

ଭୋପାଳ: ଆଜି ମହାଶିବରାତ୍ରୀ ଅବସରରେ ଭାରତରେ ପହଞ୍ଚିଲେ ୧୨ ଆଫ୍ରିକୀୟ ଚିତା । ଭାରତୀୟ ବାୟୁସେନାର C-17 ଗ୍ଲୋବ ମାଷ୍ଟର ବିମାନ ଯୋଗେ ଆଜି ଦକ୍ଷିଣ ଆଫ୍ରିକାରୁ ୧୨ ଚିତାବାଘ ମଧ୍ୟପ୍ରଦେଶ ଗ୍ବାଲିୟରରେ ପହଞ୍ଚିଛନ୍ତି । ଗ୍ବାଲିୟରରୁ ହେଲିକପ୍ଟରରେ ଆଫ୍ରିକୀୟ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରାଯାଉଛି । ସେପଟେ ନୂଆ ଅତିଥିଙ୍କ ସ୍ବାଗତ ପାଇଁ ଜାତୀୟ ଉଦ୍ୟାନରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାବାଘ ମଧ୍ୟରେ ୭ ଜଣ ଅଣ୍ଡିରା ଓ ୫ ମାଈ ଚିତା ରହିଛନ୍ତି ।

କୁନା ଜାତୀୟ ଉଦ୍ୟାନରେ ଚିତା ଗୁଡିକ ପହଞ୍ଚିବା ପରେ ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ସମସ୍ତଙ୍କୁ ଏକ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯିବ । ଏଥିପାଇଁ ୧୦ଟି କ୍ବାରେଣ୍ଟାଇନ ଖୁଆଡର ବ୍ୟବସ୍ଥା କରାଯାଇଛି । ଦୁଇଟି ଚିତା ଏନକ୍ଲୋଜରରେ ରହିବେ ଓ ଅନ୍ୟମାନେ କ୍ବାରେଣ୍ଟାଇନ ବୁମରେ ରହିବେ । ଚିତା ବାଘଙ୍କ ପାଇଁ କ୍ଲୋଜ କ୍ୟାମେରା ସହ ଲାଇଭ ଟ୍ରାକିଂ ଲାଗି ରେଡିଓ କଲର ବ୍ୟବସ୍ଥା କରାଯାଇଛି ।

ଚିତାଙ୍କୁ ଭାରତ ଆଣିବା ପାଇଁ ୧୬ ତାରିଖ ଦିନ ସକାଳେ ଗାଜିଆବାଦର ହିଣ୍ଡନ ଏୟାରପୋର୍ଟରୁ ବାୟୁସେନାର ବିମାନ ଦକ୍ଷିଣ ଆଫ୍ରିକା ଅଭିମୁଖେ ବାହାରିଥିଲା । ପ୍ରାୟ ୮ ହଜାର କିଲୋମିଟର ଯାତ୍ରା କରି ଆଜି ସକାଳ ୧୦ଟା ସମୟରେ ବାୟୁସେନାର ବିମାନ ୧୨ ଚିତାଙ୍କୁ ନେଇ ମଧ୍ୟପ୍ରଦେଶ ଗ୍ଲାଲିୟରରେ ଅବତରଣ କରିଛି । ପ୍ରକାଶଥାଉ କି, ଭାରତରେ ଚିତାବାଘ ବଂଶ ବୃଦ୍ଧି ପାଇଁ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବାକୁ ନିକଟରେ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ରାଜିନାମା ଅନୁସାରେ, ଆଗାମୀ ୮ରୁ ୧୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ବାର୍ଷିକ ୧୨ଟି ଚିତା ପଠାଇବ । ଏନେଇ ଦକ୍ଷିଣ ଆଫ୍ରିକା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଅରୁଣାଚଳ ପ୍ରଦେଶରେ ବିହାର SSB ଯବାନଙ୍କୁ ହତ୍ୟା, ସାଥୀ ଯବାନଙ୍କ ବିରୋଧରେ ଅଭିଯୋଗ

ଏହି ପର୍ଯ୍ୟାୟରେ ଆଜି ୧୨ଟି ଚିତା ଭାରତ ଆସିଛନ୍ତି । ଏହିପରି ଭାବରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତ ଅଣାଯିବ । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଭାରତ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ କୁନୋ ଜାତୀୟ ଉଦ୍ୟାନରେ ସେହି ଚିତାବାଘଙ୍କୁ ଛାଡିଥିଲେ ।

ABOUT THE AUTHOR

...view details