ଓଡିଶା

odisha

ଦୀପାବଳି ପରେ ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା, ବାୟୂ ଗୁଣବତା ନିମ୍ନ ସ୍ତରରେ

By ETV Bharat Odisha Team

Published : Nov 13, 2023, 8:26 AM IST

ଦୀପାବଳି ପରେ ଦିଲ୍ଲୀରେ ବାୟୂ ଗୁଣବତା ନିମ୍ନ ସ୍ତରରେ । ଦୃଶ୍ୟମାନ ହେଉନି ରାସ୍ତା ଘାଟ । ଅଧିକ ପଢ଼ନ୍ତୁ

Delhi air quality poor category
Delhi air quality poor category

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା । ବର୍ଷା ପରେ ସାମାନ୍ୟ ଆଶ୍ବସ୍ତ ମିଳିଥିବା ବେଳେ ପୁଣି ବାୟୂ ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ । ଆଜି ଭୋର ସମୟରେ ଦିଲ୍ଲୀରେ ବାୟୂ ଗୁଣବତା ନିମ୍ନ ସ୍ତରରେ ରହିଛି । ଏନେଇ ସେଣ୍ଟ୍ରାଲ ପଲ୍ୟୁସନ ସେଣ୍ଟ୍ରାଲ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳ ସମୟରେ ଆନନ୍ଦ ବିହାରରେ ବାୟୂ ଗୁଣାବତା ସୂଚକାଙ୍କ 296 ରହିଥିବା ବେଳେ ଆରକେ ପୁରମରେ 290, ପଞ୍ଜାବ ବାଗରେ 280 ଓ ଆଇଟିଓରେ ବାୟୂ ଗୁଣାବତା ସୂଚାକାଙ୍କ 263 ରହିଛି ।

ଏହା ମଧ୍ୟ ପଢନ୍ତୁ-Delhi pollution: ଦିଲ୍ଲୀକୁ ପ୍ରକୃତିରାଣୀର ଆର୍ଶୀବାଦ, ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି

ରବିବାର ଦୀପାବଳି ଅବସରରେ ଦିଲ୍ଲୀବାସୀ ବାଣ ଫୁଟାଇବା ଯୋଗୁଁ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସହରରେ ବଢ଼ିଥିଲା ପ୍ରଦୂଷଣର ମାତ୍ରା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ରସ୍ତା ଘାଟ ମଧ୍ୟ ଦୃଶ୍ୟମାନ ହେଉନଥିଲା । ଯାହା ଫଳରେ ଯାତାୟତ ସମୟରେ ବାଧାସୃଷ୍ଟି ହୋଇଥିଲା । ନିଶ୍ୱାସପ୍ରଶ୍ୱାସରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ ରାଜଧାନୀବାସୀ । ତେବେ ବାୟୂ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ନିନ୍ତେ ଗତ 10 ତାରିଖ ଦିନ ଦିଲ୍ଲୀରେ ବର୍ଷା ହୋଇଥିଲା । ଦିଲ୍ଲୀ ଓ ନୋଏଡାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଥିଲା । ସାମାନ୍ୟ ବର୍ଷା ହେବା ପରେ ଭାସମାନ ପ୍ରଦୂଷଣମାନ କଣିକା ତଳକୁ ଖସି ଆସିଥିଲା । ଫଳରେ ବାୟୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ ଦିଲ୍ଲୀବାସୀ । ବର୍ଷା ହେବାରୁ ଏକ୍ୟୁଆଇ 400ରୁ କମି 100ରେ ପହଞ୍ଚିଥିଲା । କିନ୍ତୁ ଦୀପାବଳି ପରେ ତାହା ପୁଣି ବୃଦ୍ଧି ପାଇଛି । ଆସନ୍ତା 20 କିମ୍ବା 21 ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ସୂଚନା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-NCR Air Pollution: ଗର୍ଭ ପର୍ଯ୍ୟନ୍ତ ପହଞ୍ଚୁଛି ପ୍ରଦୂଷଣ, ଦେଖାଗଲାଣି ପ୍ରିମ୍ୟାଚୁଅର ଡେଲିଭରି-ଅଣ୍ଡରୱେଟ ଶିଶୁ ସମସ୍ୟା

ଅକ୍ଟୋବରର ଶେଷ ସପ୍ତାହରୁ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀ ଦେଇ ଗତି କରୁଛି । କ୍ରମାଗତ ଭାବେ ଏହା ବୃଦ୍ଧି ପାଉଛି । ଶିଶୁ ଓ ବୟସାଧିକ ବର୍ଗ ପାଇଁ ଏହି ସମସ୍ୟା ଅତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ABOUT THE AUTHOR

...view details