ଓଡିଶା

odisha

ETV Bharat / bharat

୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ - ଦାୟିତ୍ବ ନେଲେ ଭି.ଆର ଚୌଧୁରୀ

ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ । ଅଧିକ ପଢନ୍ତୁ...

air-marshal-vr-chowdhury-take-charge-as-27th-air-force-chief
୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଏୟାର ମାର୍ଶାଲ ଭି.ଆର ଚୌଧୁରୀ

By

Published : Sep 30, 2021, 2:57 PM IST

ନୂଆଦିଲ୍ଲୀ: ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ । ଦେଶର ୨୭ତମ ବାୟୁସେନା ମୁଖ୍ୟ ହେଲେ ଭି.ଆର ଚୌଧୁରୀ । ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆଙ୍କ ଠାରୁ ସେ ଆଜି(ଗୁରୁବାର) ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦାୟିତ୍ୱ ନେବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦନ କରାଯାଇଛି । ଆରକେଏସ ଭଦୌରିଆଙ୍କର ଆଜି କାର୍ଯ୍ୟକାଳ ଶେଷ ହେଉଥିବାରୁ ଚୌଧୁରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଆସନ୍ତା ୩ ବର୍ଷ ଯାଏଁ ଏବେ ବିବେକ ରାମ ଚୌଧୁରୀ ବାୟୁସେନା ମୁଖ୍ୟ ପଦରେ ରହିବେ ।

ପୂର୍ବରୁ ଏୟାର ମାର୍ଶଲ ଥିବା ବିବେକ ଚୌଧୁରୀଙ୍କର ୩ ହଜାର ୮ଶହ ଘଣ୍ଟା ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ଅଛି । ଭାଇସ୍ ଚିଫ୍ ହେବା ଆଗରୁ ସେ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟିତ୍ୱରେ ଥିଲେ । ମିଗ୍ ସିରିଜ୍‌ର-୨୧, ୨୯ ଫ୍ଲାଇଟ୍ ଉଡ଼ାଇବା ସହିତ ସୁଖୋଇ ବି ସେ ଉଡ଼ାଇଛନ୍ତି ।

ଏହାସହିତ ସେ ଅପରେସନ ମେଘଦୂତ ଏବଂ ଅପରେସନ ସଫେଦ ସାଗର ସମୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିମାନ ଉଡାଇ ନିଜ ପରାକ୍ରମ ଦେଖାଇସାରିଛନ୍ତି । ଫ୍ରାନ୍ସରୁ ଅଣାଯାଇଥିବା ରାଫେଲ ପ୍ରୋଗ୍ରାମରେ ମଧ୍ୟ ସେ ଜଡ଼ିତ । ଜୁନ୍ ୨୦୨୧ରେ ବାୟୁସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡୋର କମାଣ୍ଡର୍-ଇନ୍-ଚିଫ୍ ଥିଲେ ।

ସେ ପରମ ବିଶିଷ୍ଟ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ବାୟୁ ସେନା ମେଡାଲ୍ ପ୍ରାପ୍ତ କରିଛନ୍ତି । ଭିଆର୍‌ ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ରେ ପାଠ ପଢିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details