ଓଡିଶା

odisha

ETV Bharat / bharat

ଏୟାର ମାର୍ଶାଲ ଦିଲ୍ଲୀପ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ - Eastern Air Commander New Cheif

ଓଡିଆ ବାୟୁସେନା ଅଧିକାରୀ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ବଡ ଦାୟିତ୍ବ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ । ଅଧିକ ପଢନ୍ତୁ...

Air Marshal DK Patnaik
Air Marshal DK Patnaik

By

Published : Oct 2, 2021, 6:12 PM IST

ହାଇଦ୍ରାବାଦ:ଓଡିଆ ବାୟୁସେନା ଅଧିକାରୀ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ବଡ ଦାୟିତ୍ବ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ । ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଏୟାର ମାର୍ଶାଲ ଦିଲୀପ ।

ବର୍ତ୍ତମାନ ସେଣ୍ଟ୍ରାଲ ଏୟାର କମାଣ୍ଡର ବରିଷ୍ଠ ଏୟାର ଅଫିସର ଅଛନ୍ତି ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ । ଏୟାର ମାର୍ଶାଲ ଦିଲ୍ଲୀପଙ୍କର ୨୫ ଶହ ଘଣ୍ଟା ବିମାନ ଉଡାଣର ଅଭିଜ୍ଞତା ରହିଛି । ସେ ଫାଇଟର ଜେଟ ମିରାଜର ଜଣେ ଦକ୍ଷ ପାଇଲଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଏୟାର ମାର୍ଶାଲ ଦିଲ୍ଲୀପ କାର୍ଗିଲ ଯୁଦ୍ଧ ବେଳେ ଦେଖାଇଥିଲେ ଅଦମ୍ୟ ବୀରତ୍ବ ସାହସିକତା । ନିଜ ଦାୟିତ୍ବ ଓ ବୀରତ୍ବ ପାଇଁ ମିଳିଛି ଅନେକ ପୁରସ୍କାର । କାର୍ଗିଲ ଯୁଦ୍ଧ ବେଳେ ଏୟାର ମାର୍ଶାଲ ଦିଲ୍ଲୀପ ଟାଇଗର ହିଲରେ ପକାଇଥିଲେ ଲେଜର ବୋମା । ଏହି ସାହସିକତା ପାଇଁ ତାଙ୍କୁ ମିଳିଥିଲା ବାୟୁସେନା ପଦକ । ବାୟୁସେନାରେ ଉଲ୍ଲେଖନୀୟ ସେବା ପାଇଁ ୨୦୨୦ରେ ଏୟାର ମାର୍ଶାଲ ଦିଲ୍ଲୀପଙ୍କୁ ମିଳିଛି ଅତି ବିଶିଷ୍ଟ ସେବା ପଦକ ।

ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଆସନ୍ତାକାଲି (ରବିବାର) ନେବେ ଦାୟିତ୍ବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details