ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂତନ ଉପମୁଖ୍ୟ ଭାବେ ଦାୟିତ୍ବ ନେଲେ ମାର୍ଶାଲ ଏ.ପି.ସିଂହ । ଗତକାଲି(ବୁଧବାର) ତାଙ୍କୁ ନିଯୁକ୍ତି ଦିଆଯାଇଛି । ଜାନୁଆରୀ ୩୧ ତାରିଖରେ ସନ୍ଦୀପ ସିଂ ଅବସର ଗ୍ରହଣ କରିଥିଲେ । ଏହାପରେ ମାର୍ଶାଲ ଏ.ପି.ସିଂହ ଦାୟିତ୍ବ ଗ୍ରହଣ କରିଛନ୍ତି । ମାର୍ଶାଲ ଏ.ପି.ସିଂହ ଭାରତୀୟ ବାୟୁସେନାର ନୂତନ ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ କାର୍ଯ୍ୟ କରୁଥିଲେ । ସେ ବୁଧବାର ଦିନ ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ବାୟୁସେନାରେ ୩୯ ବର୍ଷର ଅଭିଜ୍ଞତା:ବାୟୁସେନାର ଫାଇଟର ବିଭାଗରେ ୧୯୮୪ ଡିସେମ୍ବର ୩୧ ତାରିଖରେ ସାମିଲ ହୋଇଥିଲେ ଏ.ପି.ସିଂହ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜରେ ପୂର୍ବତନ ଛାତ୍ର ଅଟନ୍ତି ।
ଶକ୍ତିଶାଳୀ ଫାଇଟର ଜେଟ୍ ସ୍କ୍ୱାର୍ଡନ ଏବଂ ଫ୍ରଣ୍ଟଲାଇନ୍ ଏୟାରବେସ୍କୁ କମାଣ୍ଡିଂ କରିବାରେ ଏ.ପି.ସିଂହଙ୍କର ବେଶ ଦକ୍ଷତା ରହିଛି । ବୁଧବାର ଏପି ସିଂହ ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରି ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ନିଜର କାର୍ଯ୍ୟକାଳ ସମୟରେ ବିଭିନ୍ନ ବିମାନ ଉଡାଇଛନ୍ତି । ପ୍ରାୟ ୪ହଜାର ୯ଶହ ଘଣ୍ଟାରୁ ଅଧିକ ସମୟ ଯାଏଁ ତାଙ୍କର ଉଡାଣର ଦକ୍ଷତା ରହିଛି । ସେ ମିଗ ୨୭ର କମାଣ୍ଡିଙ୍ଗ ଅଫିସର ତଥା ପ୍ଲାଇଟ କମାଣ୍ଡର ଏବଂ ଏୟାର ବେସ ଏୟାର ଅଫିସର କମାଣ୍ଡିଂ ଭାବେ କାର୍ଯ୍ୟ କରିଛନ୍ତି ।
ଏହାସହ ଏୟାର ମାର୍ଶଲ ସିଂ ବିମାନ ଏବଂ ସିଷ୍ଟମ ଟେଷ୍ଟ ଏଷ୍ଟାବ୍ଲିସମେଣ୍ଟରେ ଟେଷ୍ଟ ପାଇଲଟ ଭାବରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ଏୟାର ଅଫିସର କମାଣ୍ଡିଂ ଇନ ଚିଫ ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଇଷ୍ଟର୍ନ ଏୟାର କମାଣ୍ଡର ସିନିୟର ଏୟାର ଷ୍ଟାଫ୍ ଅଫିସର ଭାବେ କାର୍ଯ୍ୟ କରିଥିଲେ ।
ତେବେ ସେ ଏହା ପୂର୍ବରୁ ମସ୍କୋରେ ମିଗ ୨୯ର ଅପଗ୍ରେଡ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଟିମର ମଧ୍ୟ ନେତୃତ୍ବ ନେଇଥିଲେ । ସେ ଜାତୀୟ ବିମାନ ପରୀକ୍ଷା କେନ୍ଦ୍ରରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ତେଜସର ପରୀକ୍ଷଣ ସମୟରେ ତଦାରଖ ଦାୟିତ୍ବ ଦିଆଯାଇଥିଲା । ସେ ଦକ୍ଷିଣ ପଶ୍ଚିମ ଏୟାର କମାଣ୍ଡରେ ବାୟୁ ପ୍ରତିରକ୍ଷା କମାଣ୍ଡର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବାୟୁସେନାର ୩୯ବର୍ଷ ସେବା ପରେ ସେ ଜାନୁଆରୀ ୧ ତାରିଖ ଦିନ ବାୟୁସେନାର ନୂତନ ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।