ନୂଆଦିଲ୍ଲୀ:ଫ୍ରାନ୍ସର ଏୟାରବସ କମ୍ପାନୀରୁ 250 ନୂଆ ବିମାନ କିଣିବ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟାସନ୍ସ ମୁଖ୍ୟ ଏନ.ଚନ୍ଦ୍ରଶେଖରନ ଏହି ଡିଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭର୍ଚ୍ଚୁଆଲ ଆଲୋଚନା କର୍ଯ୍ୟକ୍ରମରେ ଚନ୍ଦ୍ରଶେଖରନ ଏହି ଘୋଷଣା କରିଛନ୍ତି । ଏନେଇ ଚୁକ୍ତିନାମ ମଧ୍ୟ ସ୍ବାକ୍ଷର ହୋଇଥିବା ଚନ୍ଦ୍ରଶେଖରନ ସୂଚନା ଦେଇ କହିଥିଲେ,ଏୟାରବସ ସହ ଏକ ଭଲ ବ୍ୟବସାୟ ସମ୍ପର୍କ ପ୍ରତିଷ୍ଠା ହୋଇଛି । ଏୟାରବସ ଠାରୁ ଏୟାର ଇଣ୍ଡିଆ 250 ନୂତନ ବିମାନ କିଣିବାକୁ ଯାଉଛି ।ସେହିିପରି ଏୟାର ଇଣ୍ଡିଆ ଅନ୍ୟତମ ଜଣାଶୁଣା ଏୟାରକ୍ରାଫ୍ଟ ମ୍ୟାନୁଫ୍ଯାକଚରର ବୋଇଂ ଠାରୁ ମଧ୍ୟ 290 ଟି ବିମାନ କିଣିବ ।
ମୋଟ 250ଟି ବିମାନ ଏୟାରବସ କମ୍ପାନୀରୁ କିଣା ହେବାକୁ ଥିବା ବେଳେ ଏଥିରେ 40ଟି ବୃହତ A350 ବିମାନ ରହିଛି । ଅବଶିଷ୍ଟଗୁଡିକ ନ୍ୟାରୋ ବଡି ଏୟାରକ୍ରାଫ୍ଟ ରହିବ । ଏହି ଭର୍ଚ୍ଚୁଆଲ ଆଲୋଚନା କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ଟାଟା ସମୂହର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ । ଏହି ଘୋଷଣାକୁ ଏୟାରବସ କାର୍ଯ୍ୟକାରୀ ମୁଖ୍ୟ ଗୁଇଲାମ୍ ଫୋରୀ ଏକ ଐତିହାସିକ ଚୁକ୍ତି ବୋଲି ଦର୍ଶାଇଥିଲେ ।