ନୂଆଦିଲ୍ଲୀ:ଋଷକୁ ନନ୍-ଷ୍ଟପ ଉଡାଣ ଉପରେ କଟକଣା ଲଗାଇଲା ଏୟାର ଇଣ୍ଡିଆ । ଆଉ ସପ୍ତାହରେ ୨ ଥର ଦିଲ୍ଲୀରୁ ମସ୍କୋ ଉଡାଣ ଭରିବନି ଏୟାର ଇଣ୍ଡିଆ । ଫଳରେ ଭାରତ ଓ ଋଷ ମଧ୍ୟରେ ସିଧାସଳଖ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବିଶେଷସୁତ୍ରରୁ ଜଣାପଡିଛି । ଏପ୍ରିଲ ୧ରୁ ଏହାକୁ ଲାଗୁ କରିଛି ଏୟାର ଇଣ୍ଡିଆ ।
ଋଷକୁ ନନ-ଷ୍ଟପ୍ ବିମାନ ଉଡାଣକୁ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆ ନ୍ୟୁଜ
ସପ୍ତାହରେ ୨ ଥର ଦିଲ୍ଲୀରୁ ମସ୍କୋ ନନ୍-ଷ୍ଟପ ବିମାନ ଉଡାଣକୁ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ
ଋଷିଆକୁ ନନ-ଷ୍ଟପ୍ ବିମାନ ଉଡାଣକୁ ସ୍ଥଗିତ ରଖିଲା ଏୟାର ଇଣ୍ଡିଆ
ଏନେଇ ଭାରତରେ ଥିବା ଋଷ ଦୂତାବାସ କହିଛି ଯେ ଦିଲ୍ଲୀରୁ ମସ୍କୋ ନନ୍-ଷ୍ଟପ୍ ବିମାନକୁ ସ୍ଥଗିତ ରଖାଯିବା ସହ ଟିକେଟ ବିକ୍ରିକୁ ମଧ୍ୟ ସ୍ଥଗିତ ରଖାଯାଇଛି । ତେବେ ବିମାନ ଉଡାଣ ନେଇ ବର୍ତ୍ତମାନ ସୁଦ୍ଧା ଅନିଶ୍ଚିତତା ରହିଥିବା ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଋଷ ଦୂତାବାସ ।
ତେବେ ବିମାନ ଉଡାଣ ବାତିଲ ପରେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ହେବା ନେଇ ଏୟାର ଇଣ୍ଡିଆ କହିଛି । ଭାରତ ସରକାର ମଧ୍ୟ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରୁ କଟକଣା ହଟାଇବା ପରେ ତାସକେଣ୍ଟ, ଇସ୍ତାନବୁଲ, ଦୁବାଇ, ଆବୁଧାବି, ଦୋହା ଦେଇ ଋଷିଆକୁ ଗମନାଗମନ ସମ୍ଭବ ବୋଲି କୁହାଯାଇଛି।