ଓଡିଶା

odisha

ETV Bharat / bharat

ଦିଲ୍ଲୀ ବିମାନ ବନ୍ଦରରେ ହୃଦଘାତରେ ଆଖି ବୁଜିଲେ ଏୟାର ଇଣ୍ଡିଆ ପାଇଲଟ, 3 ମାସରେ ତୃତୀୟ ଘଟଣା - ଦିଲ୍ଲୀ ବିମାନ ବନ୍ଦରରେ ପାଇଲଟଙ୍କ ମୃତ୍ୟୁ

ଦିଲ୍ଲୀ ବିମାନ ବନ୍ଦରରେ ହୃଦଘାତରେ ଆଖି ବୁଜିଲେ ଏୟାର ଇଣ୍ଡିଆ ପାଇଲଟ । ଟର୍ମିନାଲ-3 ରେ ହଠାତ ହେଲେ ହୃଦଘାତର ଶିକାର । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନ ବନ୍ଦରରେ ହୃଦଘାତରେ ଆଖୁବୁଜିଲେ ଏୟାର ଇଣ୍ଡିଆ ପାଇଲଟ, 3 ମାସରେ ତୃତୀୟ ଘଟଣା
ଦିଲ୍ଲୀ ବିମାନ ବନ୍ଦରରେ ହୃଦଘାତରେ ଆଖୁବୁଜିଲେ ଏୟାର ଇଣ୍ଡିଆ ପାଇଲଟ, 3 ମାସରେ ତୃତୀୟ ଘଟଣା

By ETV Bharat Odisha Team

Published : Nov 16, 2023, 10:22 PM IST

ନୂଆଦିଲ୍ଲୀ:ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଆଜି ପୂର୍ବାହ୍ନରେ ଏହି ଅଘଟଣ ଘଟିଛି । ପ୍ରାଣ ହରାଇଥିବା ପାଇଲଟଙ୍କ ନାମ କ୍ୟାପଟେନ ହିମାନିଲ କୁମାର ଓ ତାଙ୍କ ବୟସ 37 ବର୍ଷ ବୋଲି ଜଣାପଡିଛି । ସେ ଆଜି 3 ନମ୍ବର ଟର୍ମିନାଲରେ ହୃଦଘାତର ଶିକାର ହେବା ପରେ ତାଙ୍କୁ ବିମାନ ବନ୍ଦର ପରିସରରେ ଥିବା ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା । ପିସିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ହୃଦଘାତର ଶିକାର ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ଇଟିଭି ଭାରତକୁ ମିଳିଥିବା ତଥ୍ୟ ଅନୁସାରେ, ଏହି ପାଇଲଟ କ୍ଯାପଟେନ ହିମାନିଲ କୁମାର ଚଳିତ 23 ଅଗଷ୍ଟରେ ସ୍ବାସ୍ଥ୍ୟ ପରୀକ୍ଷା ଦେଇଥିଲେ । ସେତେବେଳେ ତାଙ୍କ ଶରୀରରେ କୌଣସି ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ଥିବା ସାମ୍ନାକୁ ଆସିନଥିଲା । ତାଙ୍କୁ ଉଡାଣ ପାଇଁ ଫିଟନେସ ଅନୁମତି ମିଳିଥିଲା । ଏହି ଫିଜିକାଲ ଫିଟନେସ ଅବଧି ଆସନ୍ତାବର୍ଷ (2024) ଅଗଷ୍ଟ 30 ପର୍ଯ୍ୟନ୍ତ ଥିଲା । ଏହା ପରେ ସେ ଏୟାର ଲାଇନ୍ସରେ ସ୍ବାଭାବିକ ଭାବେ କାର୍ଯ୍ୟରତ ଥିଲେ । ଅକ୍ଟୋବର 3 ତାରିଖରୁ ସେ ଗ୍ରାଉଣ୍ଡ ଟେକ୍ନିସିଆନ କୋର୍ସରେ ଅଂଶଗ୍ରହଣ କରିଥିଲେ । ସେ A-320 ବର୍ଗର ବିମାନ ଉଡାଣ ଦାୟିତ୍ବରେ ଥିଲେ ।

ତେବେ ନିକଟରେ ସେ ଦୀପାବଳି ପାଇଁ ଛୁଟି ନେଇଥିଲେ । ଆଜି ସେ ନିଜ ଟ୍ରେନିଂ କୋର୍ସ ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଆଜି ତାଙ୍କର B777-ଏୟାରକ୍ରାଫ୍ଟ ଭିଜିଟ କାର୍ଯ୍ୟକ୍ରମ ମଧ୍ୟ ଥିଲା । ଟର୍ମିନାଲ-3 ରେ ସେ ହଠାତ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ କର୍ମଚାରୀମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ତାଙ୍କୁ ବଞ୍ଚାଯାଇ ପାରିିନି ।

ଏହା ମଧ୍ୟ ପଢନ୍ତୁ:- ଭାରତ-ନେପାଳ ସୀମାରେ ପାକିସ୍ତାନୀ ମା’ ପୁଅ ଗିରଫ, କରୁଥିଲେ ଅନୁପ୍ରବେଶ ଉଦ୍ୟମ

ବିମାନ ବନ୍ଦରରେ ହୃଦ୍‌ଘାତ କାରଣରୁ ପାଇଲଟଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ପୁଣେ ଅଭିମୁଖେ ବିମାନ ଉଡ଼ାଣ ପୂର୍ବରୁ ନାଗପୁର ବିମାନ ବନ୍ଦର ବୋର୍ଡିଂ ଗେଟ ନିକଟରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ପାଇଲଟ ମଧ୍ୟ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ କତାର ଏୟାରୱେଜରେ କାର୍ଯ୍ୟରତ ଜଣେ କ୍ୟାପଟେନଙ୍କ ଦିଲ୍ଲୀ-ଦୋହା ବିମାନ ଉଡାଣ ପୂର୍ବରୁ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details