ଓଡିଶା

odisha

ETV Bharat / bharat

କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଜରୁରୀ ଅବତରଣ - କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନର ଜରୁରୀ ଅବତରଣ

କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଜରୁରୀ ଅବତରଣ କରିଛି । ବିମାନର କାର୍ଗୋରେ ନିଆଁ ଲାଗିଥିବା ଜଣାପଡିଛି । ଅଧିକ ପଢନ୍ତୁ...

air india express flight emergency landing in Kozhikode
କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନର ଜରୁରୀ ଅବତରଣ

By

Published : Apr 9, 2021, 10:41 AM IST

ଥିରୁଅନନ୍ତପୁରମ:କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନର ଜରୁରୀ ଅବତରଣ । ବିମାନର କାର୍ଗୋରେ ନିଆଁ ଲାଗିଥିବା ଜଣାପଡିଛି ।

ଶୁକ୍ରବାର କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଜରୁରୀ ଅବତରଣ କରିଛି । ବିମାନ ରନୱେରେ ରହିଥିବାବେଳେ ତୁରନ୍ତ ସେଠାରେ ଦମକଳବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନିଆଁକୁ ଆୟତ୍ତ କରୁଛନ୍ତି । ବିମାନର କାର୍ଗୋରେ ନିଆଁ ଲାଗିଥିବା ଅନୁମାନ କରାଯାଇଛି । ତୁରନ୍ତ ସେଠାରେ ଦମକଳ ଗାଡି ଗୁଡିକୁ ନିୟୋଜିତ କରାଯାଇଛି ।

କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନର ଜରୁରୀ ଅବତରଣ

ସୂଚନାଥାଉକି କେରଳର କାଲିକଟ ଏୟାରପୋର୍ଟରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କୁଏତକୁ ଉଡାଣ ଭରିଥିବା ବିମାନର କାର୍ଗୋରେ ନିଆଁ ଲାଗିଯାଇଥିଲା। ବିମାନର କାର୍ଗୋରେ ନିଆଁ ଲାଗିଥିବା ସୂଚନା ପାଇଥିଲେ ପାଇଲଟ । ଏହା ପରେ ପାଇଲଟ ଜଣକ ତୁରନ୍ତ ବିମାନକୁ କୋଝିକୋଡ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କାଲିକଟ- କୁଏତ ଯାଉଥିଲା ଏହି ବିମାନରେ 17 ଜଣ ଯାତ୍ରୀ ରହିଥିଲେ ।

@ANI

ABOUT THE AUTHOR

...view details