ନୂଆଦିଲ୍ଲୀ: ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ କମ୍ପାନୀ ଉପରେ ଏକ ବଡ ଧରଣର ସାଇବର ଆକ୍ରମଣ ହୋଇଛି । ସାଇବର ଠକମାନେ ଏହି ବିମାନରେ 2011 ମସିହା 26 ଅଗଷ୍ଟଠାରୁ 2021 ଫେବୃଆରୀ 3 ପର୍ଯ୍ୟନ୍ତ ଯାତ୍ରା କରିଥିବା ବିମାନ ଯାତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଜଣାପଡିଛି ।
ବିମାନଯାତ୍ରୀଙ୍କ ଜନ୍ମ ତାରିଖ, ଫୋନ ନମ୍ବର, ପାସପୋର୍ଟ ତଥ୍ୟ, ଟିକେଟ, କ୍ରେଡ଼ିଟ କାର୍ଡ ତଥ୍ୟ ଆଦି ଚୋରି ହୋଇଛି । ଏୟାର ଇଣ୍ଡିଆର ଯାତ୍ରୀଙ୍କ ତଥ୍ୟ ପାଇଁ ବ୍ୟବହାର କରାଯାଉଥିବା ପ୍ରୋସେସର SITA PSS ଉପରେ ଏହି ଆକ୍ରମଣ ହୋଇଛନ୍ତି । ଏହି ସାଇବର ଆକ୍ରମଣ ଦ୍ବାରା ବିଶ୍ବର ପ୍ରାୟ 45 ଲକ୍ଷ ତଥ୍ୟ ବିଷୟବସ୍ତୁ ପ୍ରଭାବିତ ହୋଇଛି । ତେବେ ଏହି ଏୟାରଇଣ୍ଡିଆ କମ୍ପାନୀରେ ବିମାନ ଯାତ୍ରୀଙ୍କ କ୍ରେଡିଟ କାର୍ଡର CVV/CVC ନମ୍ବରକୁ ଷ୍ଟୋର କରାଯାଇନଥାଏ ।