ଓଡିଶା

odisha

ETV Bharat / bharat

Attack on Israel: ଦୁଇଟି ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ - ଇସ୍ରାଏଲ ଆକ୍ରମଣ ପରେ ବିମାନ ଉଡାଣ ବାତିଲ

ଇସ୍ରାଏଲରେ ଆକ୍ରମଣ ପରେ ବାତିଲ ହେଲା ଏୟାର ଇଣ୍ଡିଆର ଦୁଇଟି ବିମାନ । ପୂର୍ବାହ୍ନରେ ନୂଆଦିଲ୍ଲୀରୁ ଇସ୍ରାଏଲ ସହରର ଟେଲ-ଆଭିଭ ମୁଖେ ଉଡାଣ ଭରି ପୁଣି ଦିଲ୍ଲୀ ଫେରିଥାନ୍ତା ବିମାନ । ଏୟାର ଲାଇନ୍ସ କହିଲା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା । ଅଧିକ ପଢନ୍ତୁ

Attack on Israel: ଦୁଇଟି ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ
Attack on Israel: ଦୁଇଟି ବିମାନ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

By ETV Bharat Odisha Team

Published : Oct 7, 2023, 9:49 PM IST

ନୂଆଦିଲ୍ଲୀ: ଇସ୍ରାଏଲରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ । ଫଳରେ ନୂଆଦିଲ୍ଲୀରୁ ଇସ୍ରାଏଲ ଅଭିମୁଖେ ଉଡାଣ ଭରିବାକୁ ଥିବା ଓ ସେଠାରୁ ପୁଣି ଦିଲ୍ଲୀ ଫେରିବାକୁ ଥିବା ବିମାନର ଯାତ୍ରା ବାତିଲ କରିଛି ଏୟାର ଇଣ୍ଡିଆ । ଆଜି ନୂଆଦିଲ୍ଲୀ ବିମାନ ବନ୍ଦରରୁ ଇସ୍ରାଏଲ ସହରର ଟେଲ-ଆଭିଭ ଅଭିମୁଖେ ଏୟାର ଇଣ୍ଡିଆର ବିମାନ (AI140) ଉଡାଣ ଭରିବା ସୂଚୀରେ ଥିଲା । ସେହିପରି ବିମାନଟି ସେଠାରେ ଅବତରଣ କରିବା ପରେ ଆଜି ପୁନଶ୍ଚ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ଉଡାଣ ସୂଚୀରେ ମଧ୍ୟ ଥିଲା । ତେବେ ଉଭୟ ଉଡାଣକୁ ବାତିଲ କରାଯାଇଥିବା ସଂସ୍ଥା ସ୍ପଷ୍ଟ କରିଛି ।

ଏ ସମ୍ପର୍କରେ ଏୟାର ଲାଇନ୍ସ ସୂଚନା ଦେଇ କହିଛି, ଆକ୍ରମଣ ସୂଚନା ମିଳିବା ପରେ ଯାତ୍ରୀଙ୍କୁ ସୁରକ୍ଷାକୁ ପ୍ରାଥମିକତା ଦେଇ ଦିଲ୍ଲୀରୁ ଟେଲ-ଆଭିଭ ଅଭିମୁଖେ ଉଡାଣ ଭରିବାକୁ ଥିବା ଓ ସେଠାରୁ ପୁଣି ଦିଲ୍ଲୀ ଫେରିବାକୁ ଥିବା ବିମାନର ଯାତ୍ରାକୁ ବାତିଲ କରାଯାଇଛି । ତେବେ ଯାତ୍ରା ପାଇଁ ଟିକେଟ ବୁକ କରିଥିବା ସମସ୍ତ ଯାତ୍ରୀଙ୍କୁ ଏୟାର ଲାଇନ୍ସ ପକ୍ଷରୁ ସମସ୍ତ ସହାୟତା ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସଂସ୍ଥା ସ୍ପଷ୍ଟ କରିଛି । ଅନ୍ୟପଟେ ବ୍ୟାପକ ରକେଡ ମାଡ ପରେ ଏବେ ଇସ୍ରାଏଲ ଆକାଶମାର୍ଗକୁ ବନ୍ଦ ରଖାଯାଇଛି । ପାଲଟା ଜବାବରେ ଇସ୍ରାଏଲ ମଧ୍ୟ ରକେଟ ଆକ୍ରମଣ କରିଛି ।

ଏହା ମଧ୍ୟ ପଢନ୍ତୁ:-We Are At War: ନେତାନ୍ୟାହୁଙ୍କ ନିର୍ଦ୍ଦେଶ ପରେ ଅପରେସନ ‘ଆଇରନ ସୋର୍ଡ’ ଆରମ୍ଭ, ଭାରତୀୟଙ୍କ ପାଇଁ ଗାଇଡଲାଇନ ଜାରି

ଆଜି ସକାଳୁ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରିଥିଲେ । ସକାଳୁ ପ୍ରାୟ ଅତର୍କିତ ଭାବେ ଏହି ଭୟଙ୍କର ଆକ୍ରମଣ ପ୍ରାୟ ୩୦ ମିନିଟ ଧରି ଲାଗି ରହିଥିଲା । ଏଥିରେ ଇସ୍ରାଏଲ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ପ୍ରାୟ ୨ଶହ ଜଣ ଇସ୍ରାଏଲ ନାଗିରକଙ୍କ ମୃତ୍ୟୁ ହେବା ସହ ହଜାରରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁରା ଇସ୍ରାଏଲରେ ଜରୁରୀ ସ୍ଥିତି ଘୋଷଣା କରାଯାଇ ଯୁଦ୍ଧ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନିତିନ୍ୟାହୁ । ବ୍ୟାପକ କ୍ଷୟକ୍ଷତି ଦେଖି ଇସ୍ରାଏଲ ମଧ୍ୟ ପାଲଟା ଜବାବରେ ପ୍ରଚଣ୍ଡ ଆକ୍ରମଣ କରିବା ନେଇ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details