ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ(Agnipath Scheme) ନେଇ ଦେଶବ୍ୟାପୀ ଆନ୍ଦୋଳନ ଓ ରାଜନୀତି ଜାରି ରହିଥିବାବେଳେ, ବାସ୍ତବ ଚିତ୍ର ଓଲଟା ପରିଲିକ୍ଷିତ ହୋଇଛି । ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାରେ ରବିବାର ସୁଦ୍ଧା ୫୬୯୬୦ ଜଣ ପଞ୍ଜୀକରଣ କରିଥିବା ଜଣାପଡିଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟଯୋଗେ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଅଗ୍ନିପଥ ଯୋଜନାରେ ରବିବାର ସୁଦ୍ଧା ୫୬୯୬୦ ଜଣ ରେଜିଷ୍ଟ୍ରେସନ କରିସାରିଛନ୍ତି ।
ଯେଉଁଥିରୁ ଭବିଷ୍ୟତର ଅଗ୍ନିବୀର ତିଆରି ହେବେ । ଜୁଲାଇ ୫ ତାରିଖ ଯାଏଁ ଆବେଦନ କରାଯାଇପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି। ସୂଚନାଅନୁସାରେ ଗତ ୧୪ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ୪ ବର୍ଷ ପାଇଁ ସେନାରେ ୧୭ ରୁ ୨୧ ବର୍ଷ ବୟସର ଯୁବକଙ୍କୁ ନିଯୁକ୍ତି ଦିଆଯିବ । ଏବଂ ସେନାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ଅଗ୍ନିବୀର ଯୋଗ୍ୟତା ମାପଦଣ୍ଡରେ ନିୟମିତ ଭାବେ ସେନାରେ କାର୍ଯ୍ୟ ଜାରି ରଖିବେ ।