ଡେରାଡୁନ:ବାୟୁସେନା ବିମାନ ଏଏନ-୩୨ର ଲ୍ୟାଣ୍ଡିଙ୍ଗ ଓ ଟେକଅଫ ଅଭ୍ୟାସ ସଫଳ ହୋଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଚିନ୍ନାଲିସୌଡ ବିମାନ ବନ୍ଦରରେ ୩ ଥର ବିମାନ ଉଡାଣ ଓ ଅବତରଣ ସଫଳ ହୋଇଛି । ଏୟାରକ୍ରାର୍ଫ୍ଟ ପ୍ରଥମ ଥର ପାଇଁ ଗ୍ବାଲିୟର ଏୟାର ବେସରୁ ଚିନ୍ନାଲିସୌଡ ବିମାନବନ୍ଦର ଅଭିମୁଖେ ରୁଟିନ ଅଭ୍ୟାସ ପାଇଁ ଆସିଥିଲା ।
ଚିନ୍ନାଲିସୌଡ ବିମାନବନ୍ଦରକୁ ବାୟୁସେନାର ବରେଲି ଏୟାରବେସରୁ ଦୁଇ ଜଣିଆ କମ୍ୟୁନିକେସନ୍ ଟିମ ହେଲିକେପ୍ଟରରେ ଆସିଥିଲେ । ଏହାପରେ ଗ୍ବାଲିୟର ଏୟାରବେସରୁ ଏୟାରକ୍ରାଫ୍ଟ ଏଏନ ୩୨ ଉଡାଣ କରିଥିଲା । ଆକାଶରେ ସଫଳତାର ସହିତ ଉଡି ବୁଲିଥିବା ଏଏନ-୩୨ ବିମାନ । ୩ ଥର ଲ୍ୟାଣ୍ଡିଙ୍ଗ ଓ ଟେକଅଫ ଅଭ୍ୟାସ ସଫଳତାର ସହ ଶେଷ କରି ପୁନଃର୍ବାର ଗ୍ବାଲିୟର ଏୟାରବେସକୁ ଫେରିଥିଲା । ବିମାନର ଏହି ଅଭ୍ୟାସ ୩ ଦିନ ଧରି ଚାଲିବ । ଅଭ୍ୟାସରେ ନିୟୋଜିତ ଟିମ ଚିନ୍ନାଲିସୌଡ ବିମାନବନ୍ଦରେ ରହିଛନ୍ତି ।