ଓଡିଶା

odisha

ETV Bharat / bharat

MiG-21 Jet Fleet Ground: ମିଗ-21ର ଉଡାଣ ବନ୍ଦ କଲା ବାୟୁସେନା - ମିଗ 21 ଜେଟ

ରାଜସ୍ଥାନ କ୍ରାସର ତଦନ୍ତ ନସରିବା ପର୍ଯ୍ୟନ୍ତ ମିଗ-21 ର ଉଡାଣ ବନ୍ଦ କଲା ବାୟୁସେନା । ଚଳିତ 8 ତାରିଖରେ ରାଜସ୍ଥାନରେ କ୍ରାସରେ ପ୍ରାଣ ହରାଇଥିଲେ 3 ସାଧାରଣ ନାଗରିକ । ଅଧିକ ପଢନ୍ତୁ

MiG-21 Jet Fleet Ground: ମିଗ-21 ର ଉଡାଣ ବନ୍ଦ କଲା ବାୟୁସେନା
MiG-21 Jet Fleet Ground: ମିଗ-21 ର ଉଡାଣ ବନ୍ଦ କଲା ବାୟୁସେନା

By

Published : May 20, 2023, 9:53 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ‘ମିଗ୍ -21’ ବିମାନର ଉଡାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ନିକଟ ଅତୀତରେ ରାଜସ୍ଥାନରେ MiG-21 ଦୁର୍ଘଟଣାଗ୍ରସ୍ତ ହେବା ପରେ ବାୟୁସେନା ଏହି ନିଷ୍ପତ୍ତି ନେଇଛି । ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନରେ ଦୁର୍ଘଟଣାର ତଦନ୍ତ ଜାରି ରହିଛି । ଏହି ତଦନ୍ତ ପ୍ରକ୍ରିୟା ଶେଷ ହୋଇ ଦୁର୍ଘଟଣାର କାରଣ ସ୍ପଷ୍ଟ ନହେବା ଯାଏ ଏହି ବର୍ଗର ସମସ୍ତ ବିମାନର ଉଡାଣକୁ ବନ୍ଦ ରଖାଯିବ । ଗତ 8 ତାରିଖରେ ରାଜସ୍ଥାନର ହନୁମାନଗଡରେ ଏହି ବିମାନ କ୍ରାସ ହେବା ଫଳରେ 3ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଯାହାର ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟ ଜାରିରହିଛି ।

ସୂଚନା ଅନୁସାରେ, 8 ତାରିଖରେ ରାଜସ୍ଥାନ ସୁରତଗୁଡାରୁ ଉଡାଣ ଭରିଥିଲା ମିଗ-୨୧ ଫାଇଟର ବିମାନ । ଯାନ୍ତ୍ରିକ ତ୍ରୁଟି କାରଣରୁ ରାଜସ୍ଥାନର ହନୁମାନଗଡ ଜିଲ୍ଲାର ଭାଲୋଲନଗର ଅଞ୍ଚଳରେ ଏହି ଫାଇଟର ବିମାନଟି କ୍ରାସ ହୋଇ ଏକ ଜନବସତି ଅଞ୍ଚଳରେ ଖସି ପଡିଥିଲା । ଏଥିରେ ଦୁଇ ମହିଳାଙ୍କ ସମେତ 3 ଜଣ ଗ୍ରାମବାସୀ ପ୍ରାଣ ହରାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ପାଇଲଟଜଣଙ୍କ ବର୍ତ୍ତି ଯାଇଥିଲେ ।

ଭାରତୀୟ ବାୟୁସେନାରେ ନିୟୋଜିତ ଥିବା ଏହି ପୁରଣା ଯୁଦ୍ଧ ବିମାନ ପ୍ରାୟ 5 ଦଶନ୍ଧି ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା । ଏବେ ଏହାକୁ ସେବା ନିବୃତ୍ତ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି । ପର୍ଯ୍ୟାୟକ୍ରମେ ଏହାରୁ ବାୟୁସେନାରୁ ଅବସର ଦିଆଯିବ । 2025 ମସିହା ସୁଦ୍ଧା ଏହି ବିମାନର ଅବସର ପ୍ରକ୍ରିୟା ଶେଷ କରାଯିବାକୁ ଥିବା ବେଳେ ଏବେ ଭାରତୀୟ ବାୟୁସେନା ନିକଟରେ କେବଳ ତିନୋଟି ମିଗ୍-21 ସ୍କ୍ବାର୍ଡନ କାର୍ଯ୍ୟକ୍ଷମ ରହିଛି । ଯେଉଁଥି ମଧ୍ୟରୁ ଅଧିକାଂଶ ଟ୍ରେନିଂ ଓ ରୁଟିନ ଉଡାଣରେ ବ୍ୟବହୃତ ହେଉଛି । ହେଲେ ଅଧିକାଂଶ ସମୟରେ ଏଥିରେ ବୈଷୟିକ ତ୍ରୁଟି ମଧ୍ୟ ଦେଖାଯିବାରେ ଲାଗିଛି ।


ଏହା ମଧ୍ୟ ପଢନ୍ତୁ:-IAF MiG 21 crashes in Rajasthan: ଘର ଉପରେ ଖସିଲା ବାୟୁସେନା ବିମାନ, ୩ ମୃତ

ରାଜସ୍ଥାନରେ ଦୁର୍ଘଟଣାଗ୍ରସ୍ତ ଏହି ଯୁଦ୍ଧ ବିମାନଟି ଟ୍ରେନିଂ ବିମାନ ଥିଲା । ଏହି ଦୁର୍ଘଟଣାରେ ପାଇଲଟ ସାମାନ୍ୟ ଆହତ ହୋଇ ବର୍ତ୍ତିଯାଇଥିଲେ ସୁଦ୍ଧା ବିମାନର ଜଳନ୍ତା ଭଗ୍ନାବଶେଷ ପଡି 3 ଜଣ ସାଧାରଣ ଗ୍ରାମବାସୀଙ୍କ ପ୍ରାଣ ଯାଇଥିଲା । ବାୟୁସେନା ଏହାର ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଏକାଧିକ ସ୍ଥାନରେ ଏହି ମିଗ ବିମାନ କ୍ରାସ ହେବାର ନଜରି ରହିଛି । 1960 ରୁ ବାୟୁସେନାରେ ସେବା ଯୋଗାଇ ଆସୁଥିବା ଏହି ବିମାନଟିରେ ପୁରୁଣା ବୈଷୟିକ ଫିଚର କାରଣରୁ କ୍ରାସ ଓ ଅନ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details